Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁରୁ ଶିକ୍ଷ୍ୟର ପରମ୍ପରାକୁ ନେଇ ଦିଗଦର୍ଶନ ଦେଲେ ଅରୁଣ

by ସଞ୍ଜୟ ସ୍ୱାଇଁ
December 3, 2019
in Politics, State
9
VIEWS
Share on FacebookShare on Twitter

୨୮୯ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ପତ୍ର ପ୍ରଦାନ

ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟର ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି । ପୂର୍ବରୁ ୯ଟି ବିଭାଗରେ ୨୯୯ ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତି ପାଇଥିଲେ । ଆଜି ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାବେଶରେ ୧୨ଟି ବିଭାଗର ୨୮୯ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଗୁରୁ, ଶିଷ୍ୟର ପରମ୍ପରାକୁ ନେଇ ନବନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଦିଗଦର୍ଶନ ଦେଇଛନ୍ତି । ଗୁରୁ ଶିଷ୍ୟର ସଂମ୍ପର୍କ ବନ୍ଧୁତାପୂର୍ଣ୍ଣ ବାତାବରଣ ଭିତରେ ରହିଲେ ଶିକ୍ଷାର ମାନ ବୃଦ୍ଧି ହେବା ସହ ଛାତ୍ରଟିଏ ଗୁରୁର ମାନସିକତାକୁ ଗ୍ରହଣ କରି ପାରିବ ବୋଲି ଡ. ସାହୁ କହିଥିଲେ । ଶିକ୍ଷା ସହିତ ସ୍ୱାସ୍ଥ୍ୟ ସମନ୍ଧରେ ମନ୍ତ୍ରୀ ମାନସିକ ଓ ଶାରିରୀକ ସୁସ୍ଥତାକୁ ନେଇ ନିଜ ବକ୍ତବ୍ୟରେ ଆଲୋଚନା କରିଥିବା ବେଳେ ପ୍ରତ୍ୟେକ ଅଧ୍ୟାପକ ଓ ଅଧ୍ୟାପିକାମାନେ ଅନ୍ତତଃ ୧୦ରୁ ୨୦ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ପ୍ରମୂଖ ଶାସନ ସଚିବ ଶାଶ୍ୱତ ମିଶ୍ର ଯୋଗ ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ, ଆଜି ନିଯୁକ୍ତି ପାଇଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରୁ ଇଂରାଜୀରେ ୯୫ ଜଣ, ଗଣିତରେ ୩୮ ଜଣ, ଶିକ୍ଷାରେ ୨୯, ସଂସ୍କୃତରେ ୨୨, ପଦାର୍ଥବିଜ୍ଞାନରେ ୩୪, ପ୍ରାଣୀବିଜ୍ଞାନ ୨୯, ସାମାଜିକ ବିଜ୍ଞାନରେ ୧୨, ମନସ୍ତତ୍ୱରେ ୮, ବାଣିଜ୍ୟରେ ୨, ରାଜନୀତିରେ ୨, ଉର୍ଦ୍ଦୁରେ ୧, କମ୍ପ୍ୟୁଟର ବିଜ୍ଞାନରେ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!