ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗି ପଞ୍ଚାୟତ ମୁକ୍ତାପୁର ପାତାଳେଶ୍ୱର ମନ୍ଦିର ନିକଟରେ ଘଟିଛି ଏହି ଘଟଣା। ଟାଙ୍ଗି ଥାନା ଭଜାଗଡ଼ ଗାଁ ର ଜଣେ ୬୫ ବର୍ଷୀୟା ବୃଦ୍ଧା ତାଙ୍କ ବନ୍ଧୁ ଘର ମୁକ୍ତାପୁର କୁ ଯାଉଥିବା ସମୟରେ ପାତାଳେଶ୍ୱର ମନ୍ଦିର ନିକଟରେ ହାତୀ ଆକ୍ରମଣ ର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୁଣ୍ଡ କୁ ହାତୀ ଦଳି ଦେଇଥିବା ବେଳେ ଦାନ୍ତ ରେ ମୁଣ୍ଡ କୁ ଭୂସୀ ଦେଇଥିବା ଅନୁମାନ ହେଉଛି । ଘଟଣା ସ୍ଥଳ ରେ ଲୋକ ଙ୍କ ଭିଡ଼ ଜମିଥିବା ବେଳେ ଏପର୍ଯ୍ୟନ୍ତ ଟାଙ୍ଗି ବନାଞ୍ଚଳ ର କୌଣସି ଅଧିକାରୀ କିମ୍ବା ପୋଲିସ ପହଞ୍ଚି ନ ଥିବା ଜଣାପଡିଛି । ଟାଙ୍ଗି ବନାଞ୍ଚଳ ଅଞ୍ଚଳ ରେ ହାତୀ ମାନେ ଫସଲ ନଷ୍ଟ କରୁଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବା ଅଭିଯୋଗ ହେଉଛି ।





