ନୟାଗଡ଼, (ବାଘୁଆବାର୍ତ୍ତା): ଗଣିଆ ଥାନା ଅଞ୍ଚଳରେ ବଡ଼ ଖବର । କଲେଜକୁ ଆସୁଥିବା ବେଳେ ଜଣେ ଛାତ୍ରୀକୁ ଅପହରଣ କରିନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି ଗଣିଆ ଥାନାରେ । ପୁଲିସ ଖବର ପାଇବା ପରେ ଅପହରଣକାରୀକୁ ଧରିବା ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରିଛି । ଉକ୍ତ କଲେଜ ଛାତ୍ରୀକୁ ଅପହରଣ କରି ନେଇଥିବା ଅପହରଣକାରୀ ବ୍ୟକ୍ତିମାନେ ମଧ୍ୟଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ତେବେ ପ୍ରେମ ବ୍ୟାପାରକୁ ନେଇ ୱାନ୍ ସାଇଟ୍ ଲଭର କଲେଜରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀକୁ ଅପହରଣ କରିନେଇ ଥିବା ପୁଲିସ୍ ଜାଣିବାକୁ ପାଇଛି । ତେବେ ଅପହରଣକାରୀ ୱାନ ସାଇଟ୍ ଲଭରକୁ ଧରିବା ତୁରନ୍ତ ଗିରଫ୍ କରିବା ପାଇଁ ଗଣିଆ-ଦଶପଲ୍ଲା ରାସ୍ତା ଅବରୋଧ କରିଥିଲେ ଗଣିଆ ରଘୁନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ରଘୁନାଥ ମହାବିଦ୍ୟାଳୟକୁ କୁମ୍ଭୀରଖଣୀ ଗ୍ରାମର ଗାୟତ୍ରୀ ବେହେରା ନାମକ ଛାତ୍ରୀ ତାର ସାଙ୍ଗ ସାଥିରେ କଲେଜକୁ ଆସୁଥିଲେ । ସେହି ସମୟରେ ଏକ ନମ୍ବର ବିହୀନ କାର ତାଙ୍କୁ ପିଛା କରି ଆସି ଏକ ନିଛାଟିଆ ଜାଗାରୁ ଅପହରଣକାରୀ ମାନେ ଗାୟତ୍ରୀକୁ ଅପହରଣ କରି ନେଇଥିଲେ । ଉକ୍ତ ସାଙ୍ଗ ଜଣକ ପାଟି କରିଥିଲେ ମଧ୍ୟ ତାକୁ ଠେଲି ଅପହରାକାରୀ ଗାୟତ୍ରୀକୁ ନେଇଯାଇଥିଲେ । ଏନେଇ ଉକ୍ତ ଛାତ୍ରୀ ଜଣଙ୍କ କଲେଜରେ ଗାୟତ୍ରୀର ପରିବାର ଲୋକଙ୍କୁ ଜଣାଇବା ପରେ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଅପହରଣକାରୀକୁ ତୁରନ୍ତ ଗିରଫ୍ କରି ଗ୍ରାୟତ୍ରୀ ଉଦ୍ଧାର କରିବା ଦାବି ନେଇ ଗଣିଆ-ଦଶପଲ୍ଲା ରାସ୍ତାକୁ ଦୀର୍ଘ ସମୟ ଧରି ରାସ୍ତାରୋକ୍ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଗାୟତ୍ରୀର ମାଆ ଏନେଇ ଗଣିଆ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ପୁଲିସ୍ ଅପହରଣକାରୀକୁ ଧରିବା ପାଇଁ ବିଭୀନ୍ନ ସ୍ଥାନରେ ନାକାବନ୍ଦୀ କରିଥିବା ମଧ୍ୟ ଜଣାପଡିଛି । ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଅପହରଣକାରୀର ଘର ମଧ୍ୟଖଣ୍ଡ ଅଞ୍ଚଳରେ, ସେ ଛାତ୍ରୀକୁ ୱାନ ସାଇଟ୍ ଲଭ କରୁଥିଲା । ଯାହାଫଳରେ ଏଭଳି ଘଟଣା ଘଟିଛି । ଯଥାଶୀଘ୍ର ଅପହରଣକାରୀମାନଙ୍କୁ ଗିରଫ୍ କରାଯିବ ବୋଲି ଗଣିଆ ଥାନା ଅଧିକାରୀ ବିମଲ କୁମାର ମଲ୍ଲିକ୍ ସୂଚନା ଦେଇଛନ୍ତି ।





