ନୟାଗଡ଼, (ବାଘୁଆବାର୍ତ୍ତା) : ଆସନ୍ତା ୨ ତାରିଖରୁ ନୟାଗଡ଼ ଖେଳପଡ଼ିଆଠାରେ ସର୍ବଭାରତୀୟ ଫୁଟବଲ୍ କପ୍ ଅନୁଷ୍ଠିତ ହେବ । ୩୦ ତାରିଖରେ ବିଧାୟକ ଏକାଦଶ ଏବଂ ୧ ତାରିଖରେ ମହିଳା ଫୁଟବଲ୍ ମ୍ୟାଚ ପଦର୍ଶିତ ହେବ । ଏଥିପାଇଁ ଖେଳ ପଡ଼ିଆ ସଜେଇ ହେଉଛି । ପ୍ରତ୍ୟେକ ଦିନ ସକାଳ ଓ ସଂନ୍ଧ୍ୟାରେ ଉତ୍ସାହି ଯୁବକମାନେ ପଡ଼ିଆକୁ ସଜାଡ଼ିବା କାର୍ଯ୍ୟରେ ଲାଗିଛନ୍ତି । ଉକ୍ତ ପଡ଼ିଆ ଏବେ ନୂଆଁ ରଂଗରେ ସଜେଇ ହୋଇଛି । ଜିଲ୍ଲା ଅଥଲେଟିକ୍ ଆସୋସିଏନ୍ ଏବଂ ୭୮୬ ସିନ୍ଦୁରିଆ କ୍ଲବର ସଦସ୍ୟଙ୍କ ସହ କିଛି କ୍ରୀଡ଼ାପ୍ରେମୀ ଆଜି ପୂର୍ବାହ୍ନରେ ନୟାଗଡ଼ ବିଦାୟକ ତଥା କୃଷି ଓ କୃଷକ ସଶକ୍ତକରଣ, ମତ୍ସ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସହ ବୈଠକ କରି ଆଗାମୀମ୍ୟାଚ ସଂମ୍ଭନ୍ଧରେ ପୁଖାଂନୁପୁଙ୍ଖ ଆଲୋଚନା କରିଛନ୍ତି । ନୟାଗଡ଼ ଫୁଟବଲ୍ ମ୍ୟାଚ କିଭଳି ଆକର୍ଷଣୀୟ ଓ ସୁବ୍ୟବସ୍ଥିତ ହୋଇପାରିବ ସେଥିପ୍ରତି ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆସନ୍ତା ୨୯ ତାରିଖରେ ସ୍ଥାନୀୟ ରୋଟାରୀ କ୍ଲବଠାରେ ଶେଷ ପ୍ରସ୍ତୁତି ବୈଠକ ହେବ ବୋଲି ଜଣାପଡ଼ିଛି ।






