ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସାଂଗଠନିକ ବୈଠକ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ସଭାରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ପର୍ଯ୍ୟବେକ୍ଷକଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅର୍ଥନୀତି ଏବଂ ଅସାମ୍ବିଧାନିକ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟ ସରକାର ନାରୀ ମାନଙ୍କୁ ସୁରକ୍ଷା ଯୋଗଇ ଦେବାରେ ବିଫଳତାକୁ ପ୍ରସଙ୍ଗ କରିଛନ୍ତି । ଦଳୀୟ ସଭାରେ କଂଗ୍ରେସ ପାର୍ଥୀ ମନୋଜ ସାହୁ, ବସନ୍ତ ମହାରଣା, ବରିଷ୍ଠ ନେତା ହୁସେନ ଖାଁ, ସରୋଜ କୁମାର ପରିଡ଼ା ନିରଜଂନ ତ୍ରିପାଠିଙ୍କ ସମେତ ଜିଲ୍ଲାରୁ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଆଗାମୀ ମାସ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକ କମିଟି ଗଠନ କରିବାକୁ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି ।





