Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀଙ୍କ ମାମଲା: ୮ ଦିନ କ’ଣ ଦରକାର ପଡ଼ିଲେ ୮ ମାସ ଆନ୍ଦୋଳନ ଜାରି ରଖିବେ ତପସ୍ୱିନୀ

by ସଞ୍ଜୟ ସ୍ୱାଇଁ
November 29, 2021
in Feature News
ଝିଅ ଓ ବୋହୂମାନଙ୍କୁ ନ୍ୟାୟ ଦେବା ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ : ପ୍ରମିଳା
211
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜିକୁ ୮ ଦିନ ପୂରିଲା । ମାତ୍ର ଏ ପର୍ୟ୍ୟନ୍ତ ନ୍ୟାୟ ପାଇନାହାନ୍ତି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସି ରହିଥିବା ତପସ୍ୱିନୀ ଦାଶ । ତେବେ ଇତି ମଧ୍ୟରେ ଅନେକ ସମାଜସେବୀଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ତପସ୍ୱିନୀଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛନ୍ତି । ଅନ୍ୟପକ୍ଷରେ ଆସ୍କା ନିକଟସ୍ଥ ବାଲିସିରା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାରୁ ସେ ଏ କ୍ଷେତ୍ରରେ କିଛି କରିପାରିବେ ନାହିଁ ବୋଲି କହିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ । ଏ ନେଇ ତପସ୍ୱିନୀ କହିଛନ୍ତି ଯେ, ତାଙ୍କୁ ତାଙ୍କର ଅଧିକାର ନ ମିଳିବା ପର୍ୟ୍ୟନ୍ତ ସେ ଧାରଣାରେ ବସି ରହିବେ । ୮ ଦିନ କ’ଣ ଦରକାର ପଡ଼ିଲେ ସେ ୮ ମାସ ଆନ୍ଦୋଳନ ଜାରି ରଖିବେ । ଭଗବାନ ଓ ନ୍ୟାୟାଳୟ ଉପରେ ତାଙ୍କର ଭରସା ରହିଛି, ତେଣୁ ସେମାନେ ତାଙ୍କୁ ନିଶ୍ଚୟ ନ୍ୟାୟ ପ୍ରଦାନ କରିବେ । ଏହା କୌଣସି ଖେଳଘର ନୁହେଁ । ଗୋଟିଏ ଝିଅ କେତେଦିନ ଆଉ ଏମିତି ଧାରଣାରେ ବସିବ । ତେଣୁ ତାଙ୍କୁ ଶୀଘ୍ର ନ୍ୟାୟ ମିଳିଯାଉ, ଏହା ତାଙ୍କର ଜଜସାହେବଙ୍କ ଉପରେ ଭରସା ଅଛି । ଆଜି ତାଙ୍କୁ ନ୍ୟାୟ ମିଳିଗଲେ ସେ ଖୁସିଖୁସିରେ ଫେରିବେ ବୋଲି କହିଛନ୍ତି । ସେହିପରି ଆଜି କୋର୍ଟରେ ଶୁଣାଣି ଥିବାରୁ ଓକିଲଙ୍କ ପରାମର୍ଶ ନେଇ ସେମାନେ କାର୍ୟ୍ୟ କରିବେ ବୋଲି କହିଛନ୍ତି ତପସ୍ୱିନୀଙ୍କୁ ନ୍ୟାୟ ମିଳିବା ପାଇଁ ସାହାଯ୍ୟ କରୁଥିବା ସମାଜସେବୀ ପ୍ରମିଳା ତ୍ରିପାଠି । କୋର୍ଟଙ୍କ ପକ୍ଷରୁ ତାଙ୍କ ଝିଅକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!