Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଉନ୍ନତମାନର ଚିକିତ୍ସା ସୁବିଧା ପାଇଲେ ୨ ହଜାର ରୋଗୀ

by ସଞ୍ଜୟ ସ୍ୱାଇଁ
November 28, 2021
in Health, Nayagarh, State
ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର
1.1k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ତଚ୍ଛ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ଇଫକୋ ସହାୟତା କରିଛନ୍ତି । ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨ ହଜାରରୁ ଉଦ୍ଧ୍ୱର୍ ଲୋକ ବହୁ ଦକ୍ଷ ଚିକିତ୍ସକଙ୍କଠାରୁ ଚିକିତ୍ସା ସୁବିଧା ପାଇ ପାରିଛନ୍ତି । ୧୨ଟି ସ୍ୱାସ୍ଥ୍ୟ ସମ୍ପର୍କିତ ବିଭାଗ ପାଇଁ ୨୧ ଜଣ ଡାକ୍ତର ଶିବିରରେ ଯୋଗ ଦେଇଥିଲେ । ମୁଖ୍ୟତଃ ଆମ୍ରି ହସ୍ପିଟାଲର ୯ ଜଣ ଡାକ୍ତର ଯୋଗ ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ । ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ସିବିକେ ମହାନ୍ତି, ଡା. ଗାର୍ଗି ସିଂ ଠାକୁର, ଡା. ଅଜୟ ସାହୁ, ଡା. ସିଦ୍ଧାର୍ଥ ପଟ୍ଟନାୟକ ଭେଷଜ ବିଭାଗ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜନ୍ମେଜୟ ମହାପାତ୍ର, ପାକସ୍ଥଳୀ ଓ ଅନ୍ତନଳୀ ବିଭାଗରେ ଡା. ଆଶୁତୋଷ ମହାପାତ୍ର, ଅସ୍ଥି ବିଭାଗରେ ଡା. ମନୋରଞ୍ଜନ ମଲ୍ଲିକ, ଡା. ସଞ୍ଜୟ ଦାଶ, ମାନସିକ ବିଭାଗରେ ଡା. ସୁରଜିତ୍ ସାହୁ, ଡା. ଅମ୍ରିତ ପାଟ୍ଟଯୋଶୀ, କର୍କଟ ବିଭାଗରେ ଡା. ସୁବ୍ରତ ସାମନ୍ତରାୟ, ଚର୍ମ ବିଭାଗରେ ଡା. କ୍ରିଶାନ୍ କୁମାର ଅଗ୍ରୱାଲ, ଡା ସୁଜାତା ଦୋରା, ଶିଶୁ ବିଭାଗରେ ଡା. ସୁବ୍ରତ ମାଝୀ ଏବଂ ଡା. ସୈାମ୍ୟା ମହାନ୍ତି, ହୃଦ୍ରୋଗ ଡା. ବିଶ୍ୱଜିତ ମହାପାତ୍ର, ଡା. ରାଜଶ୍ରୀ, ସ୍ୱାୟୁ ଡା. ବିଶ୍ୱରଞ୍ଜନ ନାୟକ, ଅନ୍ତଃଶ୍ରାବ ଓ ମଧୁମେହ ଡା. ଅଙ୍କିତା ତିୱାରି, କର୍ଣ୍ଣ-ନାଶା-ଗଳା ବିଭାଗରେ ପ୍ରଫେସର କେ.କେ ସାମନ୍ତରାୟ, ଡା. ଆର୍ଭିଏସ୍ କୁମାର ପ୍ରମୂଖ ଯୋଗ ଦେଇ ରୋଗୀମାନଙ୍କୁ ସେବା ଯୋଗାଇ ଦେଇଥିଲେ । ରୋଗୀମାନଙ୍କୁ ସ୍ୱାଗତ କରିବାଠାରୁ ଆରମ୍ଭ କରି ଔଷଧ ଯୋଗାଇ ଦେବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନୟାଗଡ଼ ସହରର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅଧ୍ୟାପକ ଗଣେଶ୍ୱର ମିଶ୍ର, କବି ଶରତ ଚନ୍ଦ୍ର ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ୍ ଅବଦୁଲ୍ ଖାଲିକ, ଆଶୁତୋଷ ମିଶ୍ର ପ୍ରମୂଖ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ସ୍ୱାସ୍ଥ୍ୟ ଶିବିର ଅନ୍ତିମ ପର୍ଯ୍ୟାୟରେ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଡ. ସାହୁଙ୍କ ସମେତ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ ଏବଂ ଡାକ୍ତର ସିବିକେ ମହାନ୍ତି ପ୍ରମୂଖ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାପାଳ ଏଭଳି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ନିମନ୍ତ୍ରଣ ରକ୍ଷା କରି ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆସିଥିବା ସୁନାମଧନ୍ୟ ଡାକ୍ତରଙ୍କୁ ଧନ୍ୟବାଦ ଦେଇଥିଲେ । ସେହିଭଳି ଭାବେ ସ୍ୱତନ୍ତ୍ର ଅତିଥି ଡାକ୍ତର ମହାନ୍ତି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇ ପାରୁନଥିବା ବ୍ୟକ୍ତିଙ୍କ ପାଇଁ ଏ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଡ. ସାହୁ ତାଙ୍କ ବକ୍ତବ୍ୟରେ କାର୍ଯ୍ୟକ୍ରମ ପାଇଁ ଇଫ୍କୋ ନିଜର ସିଏସ୍ଆର୍ ଫଣ୍ଡ ୨ ଲକ୍ଷ ୫୦ ହଜାର ଟଙ୍କା ବିନିଯୋଗ କରିଥିବା ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସ୍ୱେଚ୍ଛାସେବୀ ଏବଂ ସମସ୍ତଙ୍କୁ ମନ୍ତ୍ରୀ ସାଧୁବାଦ ଜଣାଇଥିଲେ । ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମ୍ବର୍ଦ୍ଧନା ପତ୍ର ପାଠ କରିଥିବା ବେଳେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଡାକ୍ତରଙ୍କୁ କଣ୍ଟିଲୋ କାରିଗରଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆସନ୍ତା ୧୨ ତାରିଖରେ ଓଡ଼ଗାଁଠାରେ ସମାନ ଧରଣ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ନେଇ ଡ. ସାହୁ ସୂଚନା ଦେଇଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!