୫ଟି ସ୍କାନରରେ ଅନେକ ଅଧିକାରୀ
ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କର ମୋ ସରକାରର ୫ଟି ରେ ନୟାଗଡ଼ ଜିଲ୍ଲାରୁ ୧୫ଟି ମୁଣ୍ଡ ଗଡ଼ିଲାଣି । ଆଗକୁ ଅନେକ ମୁଣ୍ଡ ଗଡ଼ିବାର ସୂଚନା ମିଳିଲାଣି । ଶିକ୍ଷା, ପୁଲିସ, ଜଙ୍ଗଲ, ରେଜେଷ୍ଟ୍ରି କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ପରି ବିଭାଗର ଅନେକ ଅଧିକାରୀ ଓ କର୍ମଚାରୀ ଏବେ ୫ଟି ନଜରରେ । ନୟାଗଡ଼ ଜିଲ୍ଲା ସଦରଥାନାର ପୁଲିସ ସବଇନସ୍ପେକ୍ଟର, ଅନ୍ୟ ଏକ ଥାନାରେ କାର୍ଯ୍ୟରତ ଏଏସଆଇ, ବନବିଭାଗର ଜଣେ ଅଧିକାରୀ, ଜିଲ୍ଲାର ଜଣେ ସବ ରେଜିଷ୍ଟାର ଅଫିସର, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ ସହିତ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ୫ଟି ସ୍କାନରରେ ରହିଛନ୍ତି । ଏହି ଅଧିକାରୀମାନେ ଦିନ ଦ୍ୱିପହରରେ ମଦ୍ୟପାନ କରିବାଠାରୁ ଆରମ୍ଭ କରି ଅତ୍ୟଧିକ ଅର୍ଥ ଉପାର୍ଜ୍ଜନ କରିବାର ଲୋଭ ସହିତ ସାଧାରଣ ଲୋକଙ୍କୁ ଦୁର୍ବବ୍ୟହରା କରିବାର ନଜିର ରହିଛି । ବେଳଥାଉ ସାବଧାନ ନହେଲେ କେଉଁ ମୂହୂର୍ତ୍ତରେ ମୁଣ୍ଡ ଗଡ଼ିବ ଜାଣି ପାରିବେ ନାହିଁ ।





