ନୟାଗଡ଼, (ବାଘୁଆବାର୍ତ୍ତା) : ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ଡ. ପ୍ରତିଭା ରାୟ ୨୦୧୮ ମସିହା ପାଇଁ ମର୍ଯ୍ୟାଦାଜନକ ସାରଳା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ସାରଳା ଭବନରେ ଆୟୋଜିତ ୩୮ ତମ ବାର୍ଷିକ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଡ. ରାୟଙ୍କୁ ସମ୍ମାନିତ କରିବେ । ପୁରସ୍କାର ସ୍ୱରୁପ ଏକ ଲକ୍ଷ ପାଂଚ ହଜାର ଟଙ୍କାର ଅର୍ଥ ରାଶି, ତାମ୍ରଫଳକ, ଓ ଉପଢୈାକନ ପ୍ରଦାନ କରାଯିବ ।





