Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲଆଉଟ୍:ଭାରତ ୬୩ ରନରେ ଆଗୁଆ, ଅକ୍ଷରଙ୍କୁ ୫ ୱିକେଟ୍

by ସଞ୍ଜୟ ସ୍ୱାଇଁ
November 27, 2021
in Sports
ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲଆଉଟ୍:ଭାରତ ୬୩ ରନରେ ଆଗୁଆ, ଅକ୍ଷରଙ୍କୁ ୫ ୱିକେଟ୍
82
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ମ୍ୟାଚର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ହରାଇ ୧୪ ରନ୍ କରିଛି। ଏଥିସହ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ୍ ସ୍କୋର ଠାରୁ ୬୩ ରନରେ ଆଗୁଆ ହୋଇଯାଇଛି। ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦମଦାର ଆରମ୍ଭ ସତ୍ତ୍ୱେ ୨୯୬ ରନ୍ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ୪୯ ରନର ଲିଡ୍ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୪ଟି ୱିକେଟ ଝଡ଼ି ଥିବା ବେଳେ ଦ୍ୱିତୀୟ ଦିନରେ ୬ ଜଣ ବ୍ୟାଟସମ୍ୟାନ ଆଉଟ ହୋଇଥିଲେ। ତେବେ ତୃତୀୟ ଦିନରେ ୧୧ଟି ୱିକେଟର ପତନ ଘଟିବା ଭାରତୀୟ ସ୍ପିନରଙ୍କୁ ବେଶ ଉତ୍ସାହିତ କରିଛି । ନ୍ୟୁଜିଲ୍ୟାଣ୍ଡ ୫ମ ଦିନରେ ବ୍ୟାଟିଂ କରିବାକୁ ଥିବାରୁ ଭାରତୀୟ ସ୍ପିନରମାନେ କ୍ୱିୱି ବ୍ୟାଟସମ୍ୟାନଙ୍କୁ ଘାଇଲା କରିବେ ବୋଲି ଆଶା କରାଯାଉଛି। ଆଜି ନ୍ୟୁଜିଲ୍ୟାଣ୍ଡର ୧୦ ଜଣ ବ୍ୟାଟସମ୍ୟାନଙ୍କ ୱିକେଟ ଯାଇଥିବା ବେଳେ ଭାରତ ଦ୍ୱିତୀୟ ଇନିଂସରେ କେବଳ ଶୁବମନ ଗିଲ୍(୧)ଙ୍କୁ ହରାଇଛି। ଖରାପ ଆଲୁଅ ଯୋଗୁ ମ୍ୟାଚ ବନ୍ଦ ହେବା ବେଳକୁ ଚେତେଶ୍ୱର ପୂଜାରା ୯ ଓ ମୟଙ୍କ ଅଗ୍ରୱାଲ ୪ ରନ୍ କରି ବ୍ୟାଟିଂ କରୁଥିଲେ। କାଲି ଦିନି ତମାମ ଭାରତ ବ୍ୟାଟିଂ କରିବାକୁ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ। ଭାରତ ଦ୍ୱିତୀୟ ଦିନର ଲଞ୍ଚ ପୂର୍ବରୁ ୩୪୫ ରନରେ ଅଲଆଉଟ ହୋଇଯାଇଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ଟମ ଲାଥମ ଓ ୱିଲ ୟଙ୍ଗ ଦମଦାର ପ୍ରଦର୍ଶନ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏପରି କି ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଉଭୟ ପ୍ରଥମ ୱିକେଟ ପାଇଁ ୧୨୯ ରନ୍ ଯୋଡ଼ି ସାରିଥିଲେ। ଦ୍ୱିତୀୟ ଖେଳ ଶେଷ ସୁଦ୍ଧା ଲାଥମ ୫୦ ଓ ୟଙ୍ଗ ୭୫ ରନ୍ କରିଥିଲେ। ତୃତୀୟ ଦିନ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ଲାଥମ ଓ ୟଙ୍ଗ ଦମଦାର ବ୍ୟାଟିଂ କରିଥିଲେ। ବିନା କ୍ଷତିରେ ଦଳୀୟ ସ୍କୋରକୁ ୧୫୦ ପାର୍ କରାଇବା ସହ ୟଙ୍ଗ ଶତକ ଅଭିମୁଖେ ବଢ଼ିଥିଲେ। କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ ୮୯ ରନ୍ କରିଥିବା ୟଙ୍ଗଙ୍କୁ ରିଦ୍ଧିମାନ ସାହାଙ୍କ ବଦଳରେ ୱିକେଟ କିପିଂ କରିବାକୁ ଆସିଥିବା କେଏସ୍ ଭରତଙ୍କ ହାତରେ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ରିଦ୍ଧିମାନଙ୍କ କେବରେ ଆଘାତ ଲାଗିଥିବାରୁ ସେ ଆଜି ମୈଦାନକୁ ଓହ୍ଲାଇ ପାରିନାହାନ୍ତି। ତେଣୁ ତାଙ୍କ ସ୍ଥାନରେ ଭରତ ହିଁ ଦିନ ତମାମ ୱିକେଟ କିପିଂ କରିଥିଲେ। ୟଙ୍ଗ ଆଉଟ ହୋଇଥିଲେ ମଧ୍ୟ ଲାଥମ ଓ ଅଧିନାୟକ କେନ୍ ୱିଲିୟମସନ ସ୍ଥିତି ସମ୍ଭାଳିବା ସହ ଭାରତୀୟ ବୋଲରଙ୍କ କଡ଼ା ମୁକାବିଲା କରିଥିଲେ। କିନ୍ତୁ ଲଞ୍ଚର ଠିକ୍ ପୂର୍ବରୁ ଉମେଶ ଯାଦବ ୧୮ ରନ୍ କରିଥିବା ୱିଲିୟମସନଙ୍କୁ ଆଉଟ କରି ଭାରତ ଆଡ଼କୁ ମ୍ୟାଚ୍ର ମୋଡ ବଦଳାଇଥିଲେ। ଲାଥମ କ୍ରିଜ୍ରେ ଥିବାରୁ ନ୍ୟୁଜିଲ୍ୟାଣ୍ଡ ବଡ଼ ସ୍କୋର ଆଶା କରୁଥିଲା। ହେଲେ ଲଞ୍ଚ ପରେ ବାମହାତୀ ସ୍ପିନର ଅକ୍ଷର ପଟେଲ ନିଜର ଜଳୱା ଦେଖାଇଥିଲେ। ସେ ପ୍ରଥମେ ରସ୍ ଟେଲର(୧୧) ଓ ଏହାପରେ ହେନେରୀ ନିକୋଲ୍ସ(୨)ଙ୍କୁ ଆଉଟ କରିଥିଲେ। ତେବେ ୯୫ ରନ୍ କରିଥିବା ଲଥାମାଙ୍କ ୱିକେଟ ଅକ୍ଷର ପଟେଲ ଦଖଲ କରି ନ୍ୟୁଜିଲ୍ୟାଣ୍ଡ ଶିବିରରେ ବଡ଼ ବିପର୍ୟ୍ୟୟ ସୃଷ୍ଟି କରିଥିଲେ। ମାତ୍ର ୧୩ ରନ୍ ଭିତରେ ନ୍ୟୁଜିଲ୍ୟାଣ୍ଡ ୩ଟି ୱିକେଟ ହରାଇଥିଲା। ଏହି ସମୟରେ ରାଚିନ ରବୀନ୍ଦ୍ର ଓ ଟମ ବ୍ଲୁଣ୍ଡେଲ ସ୍ଥିତି ସଜାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଚିନ(୧୩)ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ କରି କ୍ୱିୱି ଟିମକୁ ୬ଷ୍ଠ ଝଟକା ଦେଇଥିଲେ। ଚା’ ପାନ ବିରତି ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୨୪୯ ରନରେ ୬ଟି ୱିକେଟ ହରାଇଥିଲା। ଚା’ପାନ ବ୍ରେକ ପରେ ଅକ୍ଷର ପଟେଲ ପ୍ରଥମେ ବ୍ଲୁଣ୍ଡେଲ(୧୩) ଓ ପରେ ଟିମ ସାଉଦି (୫)ଙ୍କ ୱିକେଟ ଦଖଲ କରିଥିଲେ। ଏଥିସହ ସେ ନିଜ ଟେଷ୍ଟ କ୍ୟାରିୟର୍ରେ ଆଉ ଏକ ୫ ୱିକେଟ ସଫଳତା ଯୋଡ଼ିଥିଲେ। ଶେଷ ଭାଗରେ କାୟେଲ ଜାମିସନ ୨୩, ୱିଲିୟମ ସୋମେରଭିଲ୍ଲେ ୬ ଓ ଏଜାଜ ପଟେଲ ଅପରାଜିତ ୫ ରନ୍ କରିବାରୁ ନ୍ୟୁଜିଲ୍ୟାଣ୍ଡ ୨୯୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜାମିସନ ଓ ସୋମେରଭିଲ୍ଲେଙ୍କୁ ଅଶ୍ୱିନ ଆଉଟ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ୫ଟି ୱିକେଟ ନେଇଥିବା ବେଳେ ଅଶ୍ୱିନ ୩ଟି ସଫଳତା ପାଇଛନ୍ତି। ସେହିପରି ଜାଡେଜା ଓ ଉମେଶ ଯାଦବଙ୍କ ଖାତାକୁ ଗୋଟିଏ ଲେଖାଏ ୱିକେଟ ଯାଇଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!