ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ୨ୟ ଦିବସ

ନୟାଗଡ଼, (ବାଘୁଆବାର୍ତ୍ତା) : ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ପ୍ଲାଟିନମ ଜୁବୁଲିର ୨ୟ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଧର୍ମେନ୍ଦ୍ର ତାଙ୍କ ଅଭିଭାଷଣରେ ଆଲୁମିନ୍ ପାଣ୍ଠି ଗଠନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସେ ତାଙ୍କର ଏକ ବର୍ଷର ଦରମା ଦେବା ପାଇଁ ଘୋଷଣା କରିଥିଲେ । ତତ୍ ସହିତ ମୁଖ୍ୟମନ୍ତ୍ରୀ ବାଣୀବିହାର ଯେଉଁ ଶହେ କୋଟି ପ୍ୟାକେଜ ଘୋଷଣା କରିଛନ୍ତି । ସେଥିପାଇଁ ରାଜ୍ୟ ସରକାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିଜ ସ୍ମୃତି ଉଦ୍ଦେଶ୍ୟରେ ଇତିହାସ ବିଭାଗ ବୁଲିବା ସହିତ ଅନ୍ୟନ ବିଭାଗ ବୁଲିଥିଲେ । ଏଥି ସହିତ ସେ ଛାତ୍ରଛାତ୍ରୀମାନଙ୍କ ସହିତ ଫଟୋ ଉଠାଇ ପୁରୁଣା ସ୍ମୃତିକୁ ଉଜ୍ଜିବୀତ କରିଥିଲେ । ବାଣୀବିହାରର ମହକ ନିଆରା ବୋଲି ମନ୍ତବ୍ୟ ରଖିଥିଲେ । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଣୀବିହାର ଆସିଲେ ବୟସ କମେ, ହାର୍ଟବିଟ୍ ବଢ଼େ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ପ୍ରଫୁଲ ଘଡ଼େ. ବିଜେପି ନେତା ପୃଥିରାଜ ହରିଚନ୍ଦନ, ଆଲିମିନ୍ର ଆବାହକ ବିଜୟ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂରାତନ ଏବଂ ବର୍ତ୍ତମାନର ୧୦ ହଜାର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।






