Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏଲ ୨୦୨୨: କେଉଁ ଖେଳାଳିକୁ ନିଲାମ ପୂର୍ବରୁ କେଉଁ ଦଳ ରଖିବ!

by ସଞ୍ଜୟ ସ୍ୱାଇଁ
November 27, 2021
in Sports
ଆଇପିଏଲ ୨୦୨୨: କେଉଁ ଖେଳାଳିକୁ ନିଲାମ ପୂର୍ବରୁ କେଉଁ ଦଳ ରଖିବ!
221
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ବର୍ଷ ଆଇପିଏଲ ପୂର୍ବରୁ ମେଗା ଅକ୍ସନ ହେବ। ଏଥିପାଇଁ ନଭେମ୍ବର ୩୦ ପୂର୍ବରୁ ସବୁ ଦଳଗୁଡ଼ିକୁ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ କୁହାଯାଇଛି। ବିସିସିଆଇର ନିୟମ ଅନୁଯାୟୀ, ଗୋଟିଏ ଦଳ କେବଳ ୪ ଜଣ ଖେଳାଳିଙ୍କୁ ନିଜ ସହ ରଖିପାରିବ। ବାକି ସମସ୍ତେ ନିଲାମ ପ୍ରକ୍ରିୟାରେ ସାମିଲ ହେବ। ୨୦୨୨ ଆଇପିଏଲରେ ଲକ୍ଷ୍ନୌ ଓ ଅହମଦବାଦ ନାଁରେ ଦୁଇଟି ନୂଆ ଦଳ ସାମିଲ ହେବେ। ତେଣୁ ସେମାନଙ୍କୁ ନିଲାମ ପୂର୍ବରୁ ଏଥିରେ ସାମିଲ ହେବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ୩ ଜଣଙ୍କୁ ନିଜ ସହ ସାମିଲ କରିବାକୁ ସୁଯୋଗ ମିଳିବ। ଏଥର ଆରଟିଏମ ବ୍ୟବସ୍ଥା ରହିବନି। ତେଣୁ ପ୍ରତି ଦଳ ୪ ଜଣ ଖେଳାଳିଙ୍କୁ ହିଁ ରିଟେନ କରିପାରିବେ। ନିଲାମ ପୂର୍ବରୁ ବିଭିନ୍ନ ଦଳ କେଉଁ ସବୁ ଖେଳାଳିଙ୍କୁ ନିଜ ସହ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ତା’ର ଗୋଟିଏ ତାଲିକା ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ଋଷଭ ପନ୍ତ ଓ କେନ ୱିଲିୟମସନଙ୍କ ଭଳି ଖେଳାଳିଙ୍କୁ ସେମାନଙ୍କର ଆଇପିଏଲ ପ୍ରାଞ୍ଚାଇଜ୍ ନିଜ ପାଖରେ ରଖିବ। ସେହିପରି ଅଧିନାୟକ ପଦ ଛାଡ଼ିଥିଲେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲିଙ୍କୁ ରିଟେନ କରିବ। ତାଙ୍କ ସହ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ୨୦୨୨ରେ ଆରସିବି ପକ୍ଷରୁ ଖେଳିବେ। ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରିବା ଦେବନି ବୋଲି କିଛି ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି। କିନ୍ତୁ ପଞ୍ଜାବ କିଙ୍ଗସ କୌଣସି ଖେଳାଳିଙ୍କୁ ନିଲାମ ପୂର୍ବରୁ ରଖିବ ନାହିଁ ବୋଲି ଜଣାପଡ଼ିଛି। ଏହାର ଅର୍ଥ କେଏଲ ରାହୁଲ ୨୦୨୨ ଠାରୁ ଅନ୍ୟ କୌଣସି ଦଳ ପାଇଁ ଖେଳି ପାରନ୍ତି। ବିଶେଷ କରି ନୂଆ କରି ଆଇପିଏଲରେ ସାମିଲ ହେବାକୁ ଥିବା ଲକ୍ଷ୍ନୌ ଟିମ୍ର ନେତୃତ୍ୱ ରାହୁଲ ନେବେ ବୋଲି କୁହାଯାଉଛି।
ଚେନ୍ନାଇ ସୁପର କିଙ୍ଗସ: ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା ଓ ଋତୁରାଜ ଗାଏକ୍ୱାଡ। ଏହାବାଦ ଦଳ ମୋଇନ ଅଲୀଙ୍କ ସହ ମଧ୍ୟ କଥାବାର୍ତ୍ତା ଚୂଡ଼ାନ୍ତ କରିଛି। ଏହାର ଅର୍ଥ ସୁରେଶ ରାଇନା, ଡ୍ୱେନ ବ୍ରାଭୋ ଓ ଡୁପ୍ଲେସିସିଙ୍କ ଭଳି ଖେଳାଳିଙ୍କୁ ଚେନ୍ନାଇ ଛାଡ଼ିବ।
ଆହୁରି ପଢ଼ନ୍ତୁ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା ଓ କାଏରନ ପୋଲାର୍ଡଙ୍କୁ ମୁମ୍ବାଇ ନିଲାମ ପ୍ରକ୍ରିୟାକୁ ଛାଡ଼ିବ ନାହିଁ। ତେବେ ୪ର୍ଥ ଖେଳାଳି ଭାବେ ମୁମ୍ବାଇ ଈଶାନ କିଶନ କିମ୍ବା ସୂର୍ୟ୍ୟ କୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ରଖିବ। ପାଣ୍ଡ୍ୟା ବ୍ରଦର୍ସ ଏଥର ନିଲାମ ପ୍ରକ୍ରିୟାରେ ସାମିଲ ହେବେ।
ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭନ୍ତ, ଅକ୍ଷର ପଟେଲ, ପୃଥ୍ୱୀ ଶ’ ଓ ଅନରିଚ ନୋର୍ଜେଙ୍କୁ ଦଳ ରିଟେନ କରିବ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଛି। ତେବେ ରବି ଅଶ୍ୱିନଙ୍କୁ ମଧ୍ୟ ଦଳ ରଖିବାକୁ ଚାହୁଁଛି। ଏପରି ହେଲେ ଅକ୍ଷର ପଟେଲଙ୍କୁ ଦଳ ରିଲିଜ କରିବାକୁ ବାଧ୍ୟ ହେବ। ସେହିପରି ଶ୍ରେୟସ ଆୟର ମଧ୍ୟ ଦିଲ୍ଲୀ ସର ରହିବେନି।
ସନ ରାଇଜର୍ସ ହାଇଦ୍ରାବାଦ: ଅଧିନାୟକ କେନ ୱିଲିୟମସନ ଓ ରଶିଦ ଖାନଙ୍କୁ ଛାଡ଼ି ଦଳ ଆଉ ସମସ୍ତଙ୍କୁ ରିଲିଜ୍ କରିବ। ଏହାର ଅର୍ଥ ଡେଭିଡ ୱାର୍ଣ୍ଣର ନିଲାମରେ ସାମିଲ ହେବେ।
ରାଜସ୍ଥାନ ରୟାଲ୍ସ: ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନଙ୍କୁ ଛାଡ଼ି ରାଜସ୍ଥାନ ଆଉ କାହାକୁ ନିଜ ପାଖରେ ରଖିବନି। ଯଦି ଜୋଶ ବଟଲର ଓ ବେନ ଷ୍ଟୋକ୍ସ ୨୦୨୨ ଆଇପିଏଲ ଖେଳିବାକୁ ଉପଲବ୍ଧ ହେବେ, ତା’ହେଲେ ସେମାନଙ୍କୁ ରିଟେନ କରିବାକୁ ଦଳ ନଜର ରଖିଛି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଅଧିନାୟକ ପଦ ଛାଡ଼ିବା ସତ୍ତ୍ୱେ ଆରସିବି ବିରାଟ କୋହଲିଙ୍କୁ ନିଜ ସହ ରଖିବ। ଏହାବାଦ ମ୍ୟାକ୍ସୱେଲଙ୍କୁ ଦଳ ରିଲିଜ କରିବନି। ଦେବଦତ୍ତ ପାଡିକ୍କଲ, ୟୁଜଭେନ୍ଦର ଚହଲ ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ୨ ଜଣଙ୍କୁ ଦଳ ନିଜ ପାଖରେ ରଖିବ।
କୋଲକାତା ନାଇଟ ରାଇଡର୍ସ: ସୁନୀଲ ନାରିନ, ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟର ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳ ନିଲାମ ପ୍ରକ୍ରିୟାରେ ସାମିଲ କରିବାକୁ ଦେବନି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!