ନୟାଗଡ଼, (ବାଘୁଆବାର୍ତ୍ତା) : ବରିଷ୍ଠ ରାଜନୀତିଜ୍ଞ ସ୍ୱର୍ଗତ ପ୍ୟାରି ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି ଆଜି ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେଇଛନ୍ତି । ସିକ୍ତା ହେଉଛନ୍ତି ପ୍ୟାରୀ ମହାପାତ୍ରଙ୍କ ବଡ଼ ଝିଅ । ବିଜେଡିର ମାର୍ଗଦର୍ଶକ କୁହାଯାଉଥିବା ପ୍ୟାରୀ ମହାପାତ୍ରଙ୍କୁ ମେ ୨୯ ଅପରେସନ ପରେ ଦଳରୁ ବିଦା କରାଯାଇଥିବା ବେଳେ ତାଙ୍କ ପରିବାର ରାଜନୀତିଠାରୁ ବହୂ ଦୂରରେ ରହିଥିଲେ । ଓଙ୍ଗ଼ିଶା ଜନମୋର୍ଚ୍ଚା ନାମକ ଏକ ଆଂଚଳିକ ଦଳ ଗଠନ କରି ପ୍ୟାରୀ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ, ମାତ୍ର ଦୀର୍ଘଦିନର ଅସୁସ୍ଥତା ପରେ ଗତ ୨୦୧୭ ମସିହା ମାର୍ଚ୍ଚ ୧୯ରେ ପ୍ୟାରୀ ଇହଲୀଳା ସଂମ୍ବରଣ କରିଥିଲେ । ଦଳରେ ଯୋଗଦେବା ପରେ ଦଳୀୟ ଶୃଙ୍ଖଳାକୁ ମାନି ସିକ୍ତା ଆଗକୁ ବଢ଼ିବେ ବୋଲି ଜଣାପଡ଼ିଛି ।





