ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ସମେତ ଆଖପାଖ ବଜାରରେ ପିଆଜ ଦର ଆକାଶଁ ଛୁଆଁ ହୋଇଛି । ଛୋଟ ପିଆଜ କେଜିକୁ ୮୦ ଟଙ୍କାରେ ପଂହଚିଥିବା ବେଳେ ବଡ଼ ପିଆଜ କେଜି ପ୍ରତି ୯୦ ଟଙ୍କା ବିକ୍ରୟ କରାଯାଉଥିବା ଜଣାପଡ଼ିଛି । ସେହିଭଳି ଆଳୁ କେଜି ୨୨ ଟଙ୍କା, ଫୁଲ କୋବି ୬୦ରୁ ୭୦ ଟଙ୍କା, ବନ୍ଧା କୋବି ୩୦ରୁ ୪୦ ଟଙ୍କା, ପୋଟଳ କେଜି ୮୦ ଟଙ୍କା ବିନସ୍ ୬୦ରୁ ୮୦ ଟଙ୍କା, ବାଇଗଣ କେଜି ୫୦ରୁ ଆରମ୍ଭ ହୋଇ ୭୦ ରେ ପହଂଚିଥିବା ଜଣାପଡ଼ିଛି । ସେହିଭଳି ଅଦା କେଜିକୁ ୨୨୦ଟଙ୍କାରୁ ୨୫୦ ଟଙ୍କା ରହିଥିବା ବେଳେ ରସୁଣ ମଧ୍ୟ ସମାନ ସ୍ଥିତି ରହିଛି । ଏଥି ସହିତ କଂଚାଲଙ୍କା କେଜି ୧୦୦ ଟଙ୍କା ରହିଥିବା ବେଳେ ଗାଜର କେଜି ୮୦ରୁ ୯୦ ଟଙ୍କା, କାକୁଡ଼ି କେଜି ୪୦ରୁ ୫୦ ଟଙ୍କା ରହିଛି । ପରିବା ବଜାରରେ ନିଆଁ ଲାଗିଥିବା ବେଳେ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଥିବା ଆଲୋଚନା ହେଉଛି । ଏହା ଦ୍ୱାରା ସାଧାରଣରେ କଳବ୍ୟବସାୟୀମାନେ ମାଲେମାଲ ହେଉଥିବା ବେଳେ ସାଧାରଣ ଖାଉଟିଙ୍କ ମୁଣ୍ଡରେ ଚିନ୍ତା ପଡ଼ିଛି ।





