Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍:ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୨୫୮/୪

by ସଞ୍ଜୟ ସ୍ୱାଇଁ
November 25, 2021
in Sports
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍:ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୨୫୮/୪
124
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆଜି ଠାରୁ ଆରମ୍ଭ ହୋଇଛି । ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ପଡିଆକୁ ଓହ୍ଲାଇଛି । ତେବେ ଭାରତ ପ୍ରଥମ ଦିନ ଖେଳ ସୁଦ୍ଧା ମୂଲ୍ୟବାନ ୪ଟି ୱିକେଟ୍ ହରାଇ ୨୫୮ ରନ୍ କରିଛି । ଶୁଭମାନ ଗିଲ, ଶ୍ରେୟସ୍ ଆୟର ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମରୁ କିଛିଟା ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଶେଷରେ ଶ୍ରେୟସ ଆୟର ଏବଂ ଜାଡେଜାଙ୍କ ଅପରାଜିତ ଅର୍ଦ୍ଧଶତକ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛି । ଆଲୋକ ସମସ୍ୟା ଯୋଗୁଁ ପ୍ରଥମ ଦିନ ୮୪ ଓଭର ହିଁ ଖେଳ ହୋଇଛି । ଭାରତ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ବାଲ ନିରାଶ କରିଛନ୍ତି । ମାତ୍ର ୧୩ ରନ କରି ଆଉଟ ହୋଇଛନ୍ତି । ଅନ୍ୟତମ ଓପନର ଶୁଭମାନ ଗିଲ ଧୈର୍ୟ୍ୟର ସହ ବ୍ୟାଟିଂ କରି ୯୩ ବଲରୁ ୫ ଚୌକା ଏବଂ ଗୋଟିଏ ଛକା ବଳରେ ୫୨ ରନକରି ଆଉଟ ହୋଇଛନ୍ତି । ଚେତେଶ୍ବର ପୁଜାରା ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିନପାରି ୨୬ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ୩୫ରନ କରି ସେଟ୍ ହୋଇଥିଲେ ସୁଦ୍ଧା ବଡ ସ୍କୋର କରିପାରିନାହାନ୍ତି । ଶ୍ରେୟସ୍ ଆୟର ୧୩୬ ବଲ ଖେଳି ୭ ଚୌକା ଏବଂ ୨ଟି ଛକା ସହାୟତାରେ ୭୫ ରନ କରି ଅପରାଜିତ ଥିବା ବେଳେ ଅଲରାଉଣ୍ଡର ତଥା ଭେଟେରାନ୍ ରବିନ୍ଦ୍ର ଜାଡେଜା ଚମତ୍କାର ଇନିଂସ ଖେଳି ୧୦୦ ବଲରୁ ୬ଚୌକା ସହାୟତାରେ ୫୦ ରନକରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜିମିସନ୍ ଏକମାତ୍ର ସଫଳ ବୋଲର ଭାବେ ୧୫.୨ ଓଭର ବୋଲିଂକରି ୪୭ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ, ଟିମ୍ ସାଉଦି ୧୬.୪ ଓଭର ବୋଲିଂ କରି ୪୩ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି । ସେହିଭଳି ଏଜାଜ ପଟେଲ ୨୧ ଓଭର ବୋଲିଂ କରି ୭୮ ରନ ଦେଇଥିବା ବେଳେ ଓ୍ବିଲିୟମ ସମରବିଲେ ୨୪ ଓଭରରେ ୬୦ ରନ ଏବଂ ରଚିନ୍ ରବିନ୍ଦ୍ର ୭ ଓଭରରେ ୨୮ରନ ଦେଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!