Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ ସାଂସଦଙ୍କ ୮୩ ତମ ଜନ୍ମ ଜୟନ୍ତୀ ପାଳିତ

by ସଞ୍ଜୟ ସ୍ୱାଇଁ
November 23, 2019
in Nayagarh, Politics, State
37
VIEWS
Share on FacebookShare on Twitter

ଗଣିଆ, ଦଶପଲ୍ଲା, (ବାଘୁଆବାର୍ତ୍ତା) : ପୂର୍ବତନ ସାଂସଦ ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କର ୮୩ ତମ ଜନ୍ମ ବାର୍ଷିକୀ ଉତ୍ସବ ଗଣିଆ ଗାନ୍ଧୀ ମଣ୍ଡପ ଏବଂ ଦଶପଲ୍ଲା ମହିଳା ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । ବଜାରରେ ଥିବା ତାଙ୍କ ପ୍ରତିମୂତ୍ତିରେ ଗଣିଆ ଅଞ୍ଚଳର ବରିଷ୍ଠ ନାଗରିକ ସଂସାରୀ ରାଉତ ପୂଷ୍ପ ମାଲ୍ୟା ଅର୍ପଣ କରିଥିଲେ । ରୁଦ୍ରମାଧବଙ୍କର ଗଣିଆ ଓ ଦଶପଲ୍ଲା ପାଇଁ ଅନେକ ଅବଦାନ ଥିବାରୁ ସେ ଜଣେ ଅଦ୍ୱିତୀୟ ନେତା ଭାବେ ଜଣାଶୁଣା ଥିବା ପୂର୍ବତନ ସରପଞ୍ଚ ବ୍ରଜମୋହନ ମିଶ୍ର ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ପୂର୍ବତନ ସରପଞ୍ଚ ବ୍ରଜ ମୋହନ ମିଶ୍ର, ଗଣିଆ ବଜାର ସଂଘର ସମ୍ପାଦକ ପ୍ରଭାତ କୁମାର ଦାଶ, ଅଜୟ କୁମାର ଲେଙ୍କା, ବେଲପଡା ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ମହାଳିକଙ୍କ ସମେତ ପ୍ରାୟ ୫୦ରୁ ଅଧିକ ରୁଦ୍ରପ୍ରେମୀ ଏକାଠି ହୋଇଥିଲେ । ସେହିଭଳି ଦଶପଲ୍ଲାରେ ମଧ୍ୟ ସ୍ୱର୍ଗତ ରାୟଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରେ କୃଷ୍ଣପ୍ରିୟା ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବିରାଟ ଶୋଭାଯାତ୍ରା କରିବା ସହ କଲେଜ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀମାନେ ଏଠାରୁ ୬୨ ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷା ପୂର୍ଣ୍ଣମାସୀ ଦେବୀ, ଅଧ୍ୟାପକ ଧିରେନ୍ଦ୍ର କୁମାର ମହାରଣା, ଯୋଗେସ ବେହେରା, ଅଜୟ କୁମାର ମହାରଣା ପରିଚାଳନା କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!