Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲକ୍ଷଣ ବଦଳାଉଛି କରୋନା, ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରାଇ ନେବା ଆବଶ୍ୟକ

by ସଞ୍ଜୟ ସ୍ୱାଇଁ
November 25, 2021
in Health, State
ଲକ୍ଷଣ ବଦଳାଉଛି କରୋନା, ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରାଇ ନେବା ଆବଶ୍ୟକ
255
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲକ୍ଷଣ ବଦଳାଉଛି କରୋନା । କେବଳ ଅଧିକ ଜ୍ୱର କିମ୍ବା ବିନ୍ଧାଛିଟିକା ନୁହେଁ, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ ଲୋକେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରାଇ ନେବାର ଆବଶ୍ୟକତା ରହିଛି । ଟେଷ୍ଟ କରାଇଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ଆଜି ଏପରି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସୂଚନାଯୋଗ୍ୟ, କରୋନା କୋପ କମିବା ପରେ ଏବେ ପ୍ରାୟତଃ ଅଧିକାଂଶ ସ୍କୁଲ, କଲେଜ ଖୋଲି ସାରିଲାଣି। ପ୍ରଥମରୁ ପଞ୍ଚମ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଉଛନ୍ତି। ଏପରି ସ୍ଥିତିରେ ଧିରେ ଧିରେ ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ। ବୁର୍ଲା ଭିମସାର ମେଡିକାଲ କଲେଜର ୫୧ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀ ମହାମାରୀ ଦ୍ୱାରା କବଳିତ ହୋଇଛନ୍ତି। ଏହାକୁ ନେଇ ନିଜ ପିଲାଙ୍କ ସୁରକ୍ଷା ନେଇ ଅଭିଭାବକମାନେ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏପରି ଚିନ୍ତାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ଏଥିସହ ସେ କହିଛନ୍ତି, ସୁନ୍ଦରଗଡ ଓ ବୁର୍ଲାରେ ହୋଇଥିବା ସଂକ୍ରମଣ ସେପରି କିଛି ସାଂଘାତିକ ସ୍ଥିତିକୁ ଯାଇନି। କେବଳ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି । ଭିମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିହ୍ନଟଙ୍କଠାରେ ସିଭିଆରଟି କମ୍‌ ରହିଛି, ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି । ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ହଷ୍ଟେଲରେ ସ୍ୱତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି । ବାହାର ପିଲା ଭିତରକୁ ପ୍ରବେଶ କରିବେ ନାହିଁ, କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ୪ ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାବାଦ ସେ କହିଛନ୍ତି, ଯଦି କୌଣସି ଛାତ୍ରଛାତ୍ରୀ ଥଣ୍ଡା, କାଶରେ ସଂକ୍ରମିତ ହୋଇଛନ୍ତି, ତେବେ ସ୍କୁଲ ନ ଯିବା ଭଲ । ଏଥିସହ ତୁରନ୍ତ ନିଜର ଟେଷ୍ଟ କରାଇ ନେବା ଭଲ। ଲକ୍ଷଣ କମ୍‌ ଥିଲେ ବି ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଏହାକୁ ହେୟଜ୍ଞାନ କଲେ, ପରେ ହଇରାଣରେ ପଡ଼ିବେ। ଯାହାର କିଛି ବି ଲକ୍ଷଣ ଦେଖାଦେଉଛି, ଟେଷ୍ଟ କରାଇ ନିଅନ୍ତୁ। ଟେଷ୍ଟର ପର୍ୟ୍ୟାପ୍ତ ବ୍ୟବସ୍ଥା ଅଛି। ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ଖବର ଦିଅନ୍ତୁ। ସବୁ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ସ୍ଥିତି ଉପରେ ନଜର ରଖି ରିପୋର୍ଟ ଦେଉଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!