ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରସ୍ଥିତ ୟୁନିଟେକ ମହାବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ପଠାଣି ସାମନ୍ତ ଅଡିଟୋରିୟମରେ ପାଳିତ ହୋଇ ଯାଇଛି । ସ୍ନାତ୍ତକ ବିଭାଗର ଦ୍ୱିତୀୟ ବର୍ଷ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ପ୍ରଫେସର ଡଃ.ବୃନ୍ଦାବନ ନାୟକ ଯୋଗ ଦେବା ସହ ମହାବିଦ୍ୟାଳୟର ଚେୟ୍ୟାରମ୍ୟାନ ପ୍ରଦୀପ ପୃଷ୍ଟି ଓ ନିର୍ଦ୍ଦେଶକ ପ୍ରବୀର ପୃଷ୍ଟି ମଧ୍ୟ ଯୋଗ ଦେଇଥିଲେ । ଚେୟ୍ୟାରମ୍ୟାନ ପିଲାମାନଙ୍କୁ ସମୟ କିପରି ଗୁରୁତ୍ୱପୂର୍ଣ୍ଣ ବୁଝାଇବା ସହ କଠିନ ପରିଶ୍ରମ କିଭଳି ଜୀବନର ମୁଳମନ୍ତ୍ର ବୁଝାଇଥିଲେ । ଶେଷରେ ନିର୍ଦ୍ଦେଶକ ପ୍ରବୀର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।





