Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଣନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିଶେଷତ୍ୱ

by ସଞ୍ଜୟ ସ୍ୱାଇଁ
November 24, 2021
in State, Toursimi
ଜାଣନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିଶେଷତ୍ୱ
392
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ୨୪ ନଭେମ୍ବର ବୁଧବାର ସର୍ବଦା ସ୍ମରଣୀୟ ରହିବ । ଏକ ନୂତନ ପୁରୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ ହେବ । ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଚୌହଦିରେ ନିର୍ମାଣ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ପ୍ରକଳ୍ପର ଚାରି ଗୋଟି ବିଶେଷତ୍ୱ ରହିଛି । ପ୍ରଥମଟି ହେଉଛି ପରିକ୍ରମା ପ୍ରକଳ୍ପରେ ଯାତ୍ରୀ ସେବା ଓ ଐିତିହ୍ୟ ପରିକ୍ରମା ବିକାଶ । ଏହାକୁ ନଅ ଗୋଟି ଜୋନରେ ବିଭକ୍ତ କରାଯାଇଛି । ଦ୍ୱିତୀୟଟି ହେଉଛି ୬ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ । ତୃତୀୟ ପ୍ରସଙ୍ଗ ରହିଛି ଦର୍ଶନାର୍ଥୀଙ୍କୁ ଯାବତୀୟ ସୁବିଧା ସୁଯୋଗ ପ୍ରଦାନ । ଶେଷ ପ୍ରସଙ୍ଗ ହେଉଛି ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ୧୫ଟି ପୁରାତନ ମଠ ସମୂହର ପୁନଃନିର୍ମାଣ । ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସାମ୍ନା ଇଲାକା ସମ୍ପୂର୍ଣ୍ଣ ଖୋଲା ରହିବ । ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିରର ଅନ୍ୟ ତିନି ଦିଗରେ ରହିବ । ବଫର ଜୋନ – ପ୍ରଥମ ଦଫାରେ ରହିଛି ଶ୍ରୀମନ୍ଦିର ଐିତିହ୍ୟ ପରିକ୍ରମା ବିଭାଗରେ ରହିଛି ନଅ ଗୋଟି ଜୋନର ବିକାଶ ପରିକଳ୍ପନା । ପ୍ରଥମ ପରିକଳ୍ପନାରେ ରହିଛି ମେଘନାଦ ପାଚେରିକୁ ଲାଗି ସାତ ମିଟର ଓସାର ଇଲାକାରେ ଚିହ୍ନଟ ହେବ ବଫର ଜୋନ । ଏହାକୁ ଦୁଇ ଭାଗ କରାଯାଇଛି । ମେଘନାଦ ପାଚେରି କଡ଼ରେ ଦୁଇ ମିଟର ଇଲାକାରେ ଷ୍ଟାଫଙ୍କ ତଦାରଖ ପାଇଁ ବଫେର ଜୋନ । ବାକି ୫ ମିଟର ଇଲାକାରେ ଏକ ମିଟର ଉଚ୍ଚତାର ଆକର୍ଷଣୀୟ ଟେରେସ୍‌ । ଭିତର ପ୍ରଦକ୍ଷିଣ ମାର୍ଗ – ଏହାକୁ ଲାଗି ଦଶ ମିଟର ଇଲାକାରେ ଭିତର ପ୍ରଦକ୍ଷିଣ ମାର୍ଗ । ଏହି ପରିକ୍ରମା ମାର୍ଗରେ ଠାକୁରମାନେ ଯାନିଯାତ୍ରାରେ ଶ୍ରୀମନ୍ଦିର ବାହାରେ ପରିକ୍ରମା କରିବେ । ତା ସହ ଅନ୍ୟ ସମୟରେ ଯାତ୍ରୀମାନେ ଏହି ପରିକ୍ରମା ମାର୍ଗ ଦେଇ ଶ୍ରୀମନ୍ଦିର ପ୍ରଦକ୍ଷିଣ କରିବେ । ଲ୍ୟାଣ୍ଡସ୍କେପ୍‌ ଜୋନ – ଏହାକୁ ଲାଗି ରହିବ ୧୪ ମିଟର ଓସାରର ଲ୍ୟାଣ୍ଡସ୍କେପ୍‌ ଜୋନ୍‌ । ଏହି ଜୋନରେ ଉଦ୍ୟାନ ରହିବ । ମହାପ୍ରଭୁଙ୍କ ସେବାପୂଜାରେ ବିନିଯୋଗ ହେଉଥିବା ବନସ୍ପତି, ପୁଷ୍ପ, ପତ୍ର ଆଦି ଏହି ଲ୍ୟାଣ୍ଡସ୍କେପରେ ରହିବ । ବାହ୍ୟ ପ୍ରଦକ୍ଷିଣ ମାର୍ଗ – ଭିତର ପରିକ୍ରମାକୁ ଲାଗି ନିର୍ମାଣ ହେବ ୮ ମିଟର ଚଉଡ଼ାର ବାହ୍ୟ ପ୍ରଦକ୍ଷଣ ମାର୍ଗ । ଏହି ଜୋନରେ ବୃକ୍ଷ ରୋପଣ ହେବ । ତୀର୍ଥଯାତ୍ରୀଙ୍କୁ ଗଛ ଛାଇ ଯୋଗାଇବାକୁ ବନାନୀ ସୃଷ୍ଟି ଭଳି ବନୀକରଣ ହେବ । ଲୋକସେବା ଜୋନ୍‌ – ବାହ୍ୟ ପ୍ରଦକ୍ଷିଣ ଜୋନକୁ ଲାଗି ରହିବ ୧୦ ମିଟର ଚଉଡ଼ାର ଲୋକସେବା ଜୋନ୍‌ । ଏହି ଜୋନ୍‌ରେ ବୃକ୍ଷଲତା ସମେତ ବିଶ୍ରାମ କକ୍ଷ, ପାନୀୟ ଜଳ ସେବା, ଜଳ ଫୁଆରା, ସୂଚନା ଓ ଦାନ କେନ୍ଦ୍ର, ପଥଚାରୀଙ୍କ ପାଇଁ ପଥପ୍ରାନ୍ତ ବିଶ୍ରାମ ବ୍ୟବସ୍ଥା ରହିବ । ରକ୍ଷଣାବେକ୍ଷଣ ମାର୍ଗ – ପରିକ୍ରମା ପ୍ରକଳ୍ପ ମାର୍ଗର ରକ୍ଷଣାବେକ୍ଷଣ ପାଇଁ ଯାନବାହନ ଚଳାଚଳ ନିମନ୍ତେ ପାଞ୍ଚ ମିଟର ଜୋନ ଲୋକ ସେବା ଜୋନ୍‌କୁ ଲାଗି ରହିବ । ଏହି ରାସ୍ତା ଦେଇ ଯାନବାହନ ତଥା ଯନ୍ତ୍ରାଂଶ ଆଦି ପରିକ୍ରମା ଭିତରକୁ ଯାତାୟତ କରିବ । ଆପଦକାଳୀନ ସେବା – ଏହି ଜୋନକୁ ଲାଗି ରହିବ ଜରୁରିକାଳୀନ ତଥା ଆପଦକାଳୀନ ସେବା ପରିଚାଳନା ନିମନ୍ତେ ସାଢ଼େ ୪ ମିଟର ଚଉଡ଼ାର ଜୋନ । ଜରୁରିକାଳୀନ ସ୍ଥିତିରେ ଏହି ଜୋନ ସେବାକରୀ ତଥା ନିରାକରଣ ଦଳ ପ୍ରବେଶ କରିବେ । ସର୍ବସାଧାରଣ ଯାତାୟାତ ପଥ – ପରିକ୍ରମା ପ୍ରକଳ୍ପର ଅଷ୍ଟମ ଜୋନରେ ସାଢ଼େ ସାତ ମିଟର ଚଉଡ଼ାର ସର୍ବସାଧାରଣ ଯାନବାହନ ଯାତାୟାତ ରାସ୍ତା । ପାର୍କିଂ ସ୍ପେସ – ଶେଷ ତଥା ନବମ ଜୋନରେ ସାତ ମିଟର ଚଉଡ଼ାର ଚଲାପଥ, ପରିକ୍ରମା ସୀମାକୁ ଲାଗି ରହିଥିବା ବସତି ଲୋକଙ୍କ ଯାତାୟତ ସୁବିଧା ବ୍ୟତୀତ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଯାନବାହନ ପାର୍କିଂ ପ୍ଳେସ ସେବା ନିର୍ମାଣ କରାଯିବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!