ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୁନ୍ଦରଗଡ ଓ ବୁର୍ଲାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀଙ୍କଠାରେ ଲକ୍ଷଣ ରହୁଛି, ସେମାନେ ସ୍କୁଲ ଯାଆନ୍ତୁ ନାହିଁ । ସଂକ୍ରମଣ ନେଇ ସ୍ଥାନୀୟ ପ୍ରଶାସନ ଅବଗତ ଅଛନ୍ତି । ଯେଉଁମାନେ ସଂକ୍ରମିତ, ସେମାନଙ୍କୁ ସଂଗରୋଧରେ ରଖାଯାଇଛି । କଲେଜ ଛାତ୍ରଛାତ୍ରୀ ଟିକା ନେଇଥିବାରୁ ଗୁରୁତର ହେବାର ଆଶଙ୍କା ନାହିଁ । କିନ୍ତୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସାମାନ୍ୟ ଚିନ୍ତା ରହିଛି । ସ୍କୁଲ ଓ କଲେଜରେ କର୍ତ୍ତୃପକ୍ଷ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖନ୍ତୁ । ସ୍କୁଲ ଓ କଲେଜରେ ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ସଚେତନ ରହିଲେ, ସଂକ୍ରମଣକୁ ରୋକିପାରିବା । ଭୟଭୀତ ହେବାର ନାହିଁ, ଓଡ଼ିଶାରେ ସଂକ୍ରମଣ କମୁଛି ।






