ନୟାଗଡ଼, (ବାଘୁଆବାର୍ତ୍ତା) : ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କୁ ଆଜି ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଖୋର୍ଦ୍ଧା ବଲାଙ୍ଗୀରୀ ରେଳ ପ୍ରକଳ୍ପ ଆନ୍ଦୋଳନର ପୂରୋଧା ଶ୍ରୀ ପଟ୍ଟନାୟକ ଆଜି ନୟାଗଡ଼କୁ ଟ୍ରେନ ଯୋଗେ ଆସିଥିବା ବେଳେ ନୟାଗଡ଼ ଟାଉନ ଷ୍ଟେସନଠାରେ ତାଙ୍କୁ ସହଯୋଗୀ ଓ ଶୁଭେଚ୍ଛୁମାନେ ଭେଟିବା ସହ ପୂଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ସ୍ଥାନୀୟ ନୀଳମାଧ୍ୟବ କଲ୍ୟାଣ ମଣ୍ଡପ ପରିସରରେ ଏକ ସଂମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବା ସହ ଆଗାମୀ ଦିନରେ ଶ୍ରୀ ପଟ୍ଟନାୟକ ଦିଗଦ୍ରଷ୍ଟା ସାଜିବେ ବୋଲି ବକ୍ତମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସିପିଆଇଏମ୍ ନେତା ବିଶ୍ୱନାଥ ମହାପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଫେସର ଦୁଃଖିଶ୍ୟାମ ଦାଶଙ୍କ ସମେତ ଅନେକ ଶୁଭେଚ୍ଛୁ ସାମିଲି ହୋଇଥିଲେ ।





