ନୟାଗଡ଼, (ବାଘୁଆବାର୍ତ୍ତା) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁଲିସର ବର୍ବର ଆକ୍ରମଣକୁ ନିନ୍ଦା କରାଯାଇଛି । ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ନୟାଗଡ଼ ଜିଲ୍ଲା କମିଟି ତରଫରୁ ନୟାଗଡ଼ ସହରରେ ଏକ ଶୋଭାଯାତ୍ରା ପରିକ୍ରମା କରିବା ସହ ପ୍ରତିବାଦ ସଷା କରାଯାଇଛି । ସଂଗଠନର ରାଜ୍ୟ ସଭାପତି ସରୋଜ ନାୟକଙ୍କ ସଭାପତିତ୍ୱରେ ବକ୍ତାମାନେ କେନ୍ଦ୍ର ସରକାରର ଛାତ୍ର ମାରଣା ନୀତି ବିରୁଦ୍ଧରେ ପ୍ରତିବାଦ କରିଥିଲେ । ଯୁବକମାନଙ୍କୁ ବର୍ଷକୁ ଦୁଇକୋଟି ନିଯୁକ୍ତି ଦେବା ଭାଷଣରେ ସୀମିତ ବୋଲି ଆଜି ବକ୍ତାମାନେ କହିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଂପାଦକ ସୁରେଶ ସ୍ୱାଇଁ, ସବ୍ୟସାଚୀ ସେନାପତି, ଆଲୋକ ପ୍ରଧାନ, ବିପିନ ବାଜୁ, ଅନନ୍ତ ଇନ୍ଦ୍ରଜିତ୍, ମହିଳା ନେତ୍ରୀ ସଂଯୁକ୍ତା ସେଠୀ, ଜ୍ୟୋତିପ୍ରଭା ଜେନା ପ୍ରମୂଖ ଉପସ୍ଥିତ ଥିଲେ ।





