ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରାଜସୁନାଖଳାରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ ମାନଓ ମଲ୍ଲିକ । ତାଙ୍କ ଘର କଟକ ଜିଲ୍ଲା ସାଲେପୁର ଅଂଚଳରେ । ଖୋର୍ଦ୍ଧା ବଲାଙ୍ଗୀରୀ ଜାତିୟ ରାଜପଥ ନିର୍ମାଣ କାର୍ଯ୍ୟରେ ସେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ତାଙ୍କ ବସାରୁ ମୃତ ଦେହ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ପୁଲିସ ମାନସଙ୍କ ଶବକୁ ବ୍ୟବେଚ୍ଛଦ ପାଇଁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଛି ।





