Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍ୟମାନଙ୍କ ପ୍ରେରଣା ପାଲଟିଲେ ‘ସୁରେନ୍ଦ୍ର’

by ସଞ୍ଜୟ ସ୍ୱାଇଁ
November 22, 2019
in Nayagarh, State
11
VIEWS
Share on FacebookShare on Twitter

ଗାଁର ଅକ୍ଷମ ବୃଦ୍ଧଙ୍କୁ ରେଳରେ ନେଇ ଜଗନ୍ନାଥ ଦର୍ଶନ କରାଇଲେ

ନୟାଗଡ଼, (ବାଘୁଆବାର୍ତ୍ତା) :ଏ ସ୍ୱାର୍ଥପର ଯୁଗରେ କେହି କାହାର ନୁହେଁ । ଜନ୍ମକଲା ବାପା ମାଆକୁ ମଧ୍ୟ ପୁଅମାନେ ନଚିହ୍ନିବାର ଅଭିନୟ କରି ପାରୁଛନ୍ତି । ମାତ୍ର ନିଜ ଗାଁର ଅକ୍ଷମ ବୃଦ୍ଧବ୍ୟକ୍ତିଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି ସୁରେନ୍ଦ୍ର ନାଥ ପ୍ରଧାନ ଓରଫ ମନି । ସୂଚନାନୁସାରେ, ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତ କଂଚନବିଲି ଗ୍ରାମରେ ସୁରେନ୍ଦ୍ରଙ୍କ ଘର । ନିଜର ବ୍ୟସ୍ତ ବହୂଳ କାର୍ଯ୍ୟରୁ ସମୟ ବାହାର କରି ଗାଁ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ଆସୁଥିବା ସୁରେନ୍ଦ୍ରଙ୍କ କାନରେ କିଛିଦିନ ତଳେ ଗାଁର ଦୁଇଜଣ ବୃଦ୍ଧ ବ୍ୟକ୍ତିଙ୍କ ବାର୍ତ୍ତାଳପ ପଡ଼ିଥିଲା । ବୃଦ୍ଧ ବ୍ୟକ୍ତି ଦୁଇ ଜଣ ଖୋର୍ଦ୍ଧା ବଲାଙ୍ଗୀରୀ ରେଳପଥରେ ରେଳ ଗାଡ଼ି ଚାଲିବାକୁ ନେଇ ଆଲୋଚନା କରୁଥିଲେ । ସେମାନେ ପିଲାଦିନରୁ ନୟାଗଡ଼କୁ ରେଳଚାଲିବ ବୋଲି ଶୁଣି ଆସୁଥିଲେ ମଧ୍ୟ କେବେ ରେଳରେ ବସିବାର ସୁଯୋଗ ପାଇନଥିଲେ । ଏହି ବାର୍ତ୍ତାଳପରୁ ସୁରେନ୍ଦ୍ରଙ୍କ ମନକୁ ଏଭଳି ନିଆରା କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକଟ ହେଲା ବୋଲି ସେ କହିଛନ୍ତି । ଫଳରେ ଗତ ପ୍ରଥମାଷ୍ଟମୀ ପୂର୍ବଦିନ ଗାଁରେ ରହୁଥିବା ଅକ୍ଷମ ବୃଦ୍ଧ ବ୍ୟକ୍ତିଙ୍କୁ ପୁରୀ ବୁଲାଇ ନେବାକୁ ସେ ଚିନ୍ତା କରି ସେମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କଲେ । ବୟସାଧିକ ବ୍ୟକ୍ତିମାନେ ଏତେଦୂର ଗଲେ କାଳେ କିଛି ଅସୁବିଧା ହେବ ବୋଲି ଅନେକ ତାଙ୍କ ବାରଣ କରିଥିଲେ ମଧ୍ୟ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ଲକ୍ଷ୍ୟରେ ସମସ୍ତଙ୍କୁ ସୁରେନ୍ଦ୍ର ବୁଝାଶୁଝା କରି ପ୍ରଥମାଷ୍ଟମୀରେ ପୁରୀ ଅଭିମୂଖେ ନୟାଗଡ଼ ଟାଉନ ଷ୍ଟେସନରୁ ଯାତ୍ରା ଆରମ୍ଭ କଲେ । ଗାଁରୁ ଦୁଇଟି ଅଟୋ ସାହାର୍ଯ୍ୟରେ ରେଳ ଷ୍ଟେସନକୁ ଏହି ବୃଦ୍ଧ ବ୍ୟକ୍ତିଙ୍କୁ ଆଣିବା ସହ ବହୁ କଷ୍ଟରେ ତାଙ୍କୁ ଷ୍ଟେସନ ପାହାଚ ଚଢ଼ାଇ ରେଳରେ ନେଇଥିଲେ । ସେହିଭଳି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଇଶ ପାହାଚରେ ଜଣ ଜଣ କରି ସମସ୍ତଙ୍କୁ ଚଢ଼ାଇ ଜଗନ୍ନାଥଙ୍କ ଦର୍ଶନ କରାଇବା ପରେ ଆନନ୍ଦ ବଜାରରେ ସେମାନଙ୍କ ସହ ବସି ଅବଢ଼ା ଖାଇବାରେ ଅପୂର୍ବ ଆନନ୍ଦ ମିଳିଲା ବୋଲି ସୁରେନ୍ଦ୍ର କହିଛନ୍ତି । ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ଓ ସମୁଦ୍ରକୂଳରେ ସମସ୍ତଙ୍କୁ ବୁଲାଇବା ପରେ ପୁଣିଥରେ ଟ୍ରେନ ଯୋଗେ ଗାଁକୁ ଫେରିଥିବା ବ୍ୟକ୍ତିମାନେ ସୁରେନ୍ଦ୍ରଙ୍କ ସହ ପୁରୀ ଭ୍ରମଣରେ ଯାଇ ଅପାର ଆନନ୍ଦ ଲାଭ କରିଥିବା କହିଛନ୍ତି । ଚଳିତ ମାସ ପ୍ରଥମାଷ୍ଟମୀରେ ସେ ଏଭଳି ଏକ ନିଆରା କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!