ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବାଣିଗୋଛା ବନଖଣ୍ଡରୁ ଶାଗୁଆନ ଖାଠ ହେଉଥିଲା ଚୋରା ଚାଲାଣ । ବନକର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଧରା ହେଲା ଚୋରା କାଠ ନେଉଥିବା ଅଟୋ । ବାଣିଗୋଛା ବନ କର୍ମଚାରୀଙ୍କୁ ଚକମା ଦେଇ ଖସିଯାଇଥିଲା ଅଭିଯୁକ୍ତ । ହେଲେ ଯୁବକ ସଂଘର ହାବୁଡରେ ପଡିଥିଲା ଚୋରା ଶାଗୁଆନ କାଠ ନେଇ ଯାଉଥିବା ଅଟୋ ଡ୍ରାଉଭର । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ମାଧପୁର ରେଞ୍ଜ ତଳଗାଁ ଠାରୁ ଚାଲାଣ ହେଉଥିବା ଶାଗୁଆନ ପଟା ଜବତ । ପଟା ବୋଝେଇ ଅଟୋକୁ ବାଣିଗୋଛା ଠାରେ ବାଣିଗୋଛା ବନ୍ୟପ୍ରାଣୀ ବିଭାଗ ଜବତ କରିଥିବା ଜଣାପଡ଼ିଛି । ହେଲେ ଅଟୋର ଡ୍ରାଇଭର ଫେରାର ହୋଇଥିବା ଜଣାପଡ଼ିଛି । ମାଧପୁର ରେଞ୍ଜ ତଳଗାଁ ଅଞ୍ଚଳରୁ ନୟାଗଡ ଜିଲ୍ଲା ବାଣିଗୋଛା ପଟକୁ ଏକ ଅଟୋରେ ୧୧ପିସ ଶାଗୁଆନ ପଟା ଧରି ଦ୍ରୁତ ଗତିରେ ଚଂପଟ ମାରି ଚାଲିଯାଉଥିବା ବେଳେ ଗଣ୍ଡାପାଜୁ ନେତାଜୀ ଯୁବକସଂଘର ସଭ୍ୟମାନେ ବିଶେଷ ସୁତ୍ରରୁ ଖବର ପାଇ ବଦଲା ଫରେଷ୍ଟରଂକୁ ଖବର ଦେଇଥିଲେ । ବାଣିଗୋଛା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ଉକ୍ତ ଅଟୋକୁ ଧରାଯାଇଛି । ଅଟୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅଟୋରେ ଥିବା ୧୧ଟି ଶାଗୁଆନ କାଠକୁ ଜବତ କରିଛି ବନବିଭାଗ ।





