ନୟାଗଡ଼ (ବାଘୁଆବାରର୍ତ୍ତା):ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ. ସନ୍ତୋଷ ଖଟୁଆ ଏବଂ ସହକାରୀ ନିର୍ଦ୍ଦେଶକ ବ୍ରଜବନ୍ଧୁ ପଣ୍ଡା ନୟାଗଡ଼ ଜିଲ୍ଲା ରଣପୁର ଅଂଚଳ ଆଜି ଗ୍ରସ୍ତ କରିଛନ୍ତି । ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମପଂଚାୟତର ଅନ୍ଧାରୁଆ, ସାମନ୍ତସିଂହାରପୁର, କୃଷ୍ଣପୁର ଗ୍ରାମ ବୁଲି ବିଭିନ୍ନ ଜଳବିଭାଜିକା କ୍ଷେତ୍ର ପରିଦର୍ଶନ କରିବା ସହିତ ସମୀକ୍ଷା କରିଥିଲେ । ଜଳ ବିଭାଜିକା ଅଧିନରେ ୪୩ ଗୋଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ଚାଷୀମାନେ ପନିପରିବା ଚାଷ କରିବା ଓ ଏହା ଦ୍ୱାରା ଚାଷୀମାନେ କେତେ ଲାଭବାନ ହେଉଛନ୍ତି ସେ ସମ୍ବନ୍ଧରେ ସିଧାସଳଖ ଚାଷୀଙ୍କ ସହ ମିଶିଛନ୍ତି । ଏହି ଗ୍ରସ୍ତରେ ମୃତ୍ତିକା ସରଂକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଚନ୍ଦନ କୁମାର ସାହୁ ସାମିଲ ହୋଇଥିଲେ । ପ୍ରକାଶ ଥାଉ କି, ଆସନ୍ତା ୨୯ ତାରିଖରେ କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ ବିଭାଗ ଯୁଗ୍ମ ସଚିବ ସତ୍ୟବ୍ରତ ସାହୁ ନୟାଗଡ଼ ଆସିବାର କାର୍ଯ୍ୟକ୍ରମ ରହିଛି ।





