ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଚେତନ ଖାଉଟି ମଂଚ ପକ୍ଷରୁ ଲଂଣ୍ଠନ ଶୋଭାଯାତ୍ରା କରାଯାଇଛି । ନୟାଗଡ଼ ଜିଲ୍ଲାରେ ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟ କରୁଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଖାଉଟିଙ୍କ ସୁରକ୍ଷାକୁ ନେଇ ଏକ ନିୟମିତ ବ୍ୟବଧାନରେ ଜିଲ୍ଲା ମଂନିଟରଂ କମିଟି ବୈଠକ ଅନୁଷ୍ଠିତ ହେବା କଥା । ମାତ୍ର ଦୀର୍ଘ ୨୮ମାସ ଧରି ଏହାକୁ ଅଣଦେଖା କରାଯିବା ସହ ଜିଲ୍ଲା ମଂନିଟରିଂ କମିଟି ବୈଠକ ବସୁନଥିବା ନେଇ ଜଷ୍ଟିସ ଅନୁଷ୍ଠାନ ଅଭିଯୋଗ କରିବା ସହ ଆଜି ସହରରେ ଏକ ଲଂଣ୍ଠନ ଶୋଭାଯାତ୍ରା କରିଛି । ଏହି ଶୋଭାଯାତ୍ରା ମହିଳା ମହାବିଦ୍ୟାଳୟ ଗଳିଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିବା ଜଣାପଡ଼ିଛି । ଯେଉଁ ପର୍ଯ୍ୟନ୍ତ ଜିଲ୍ଲା ମନିଟରିଂ କମିଟି ବୈଠକ ଡକାଯାଇ ନାହିଁ ସେ ପର୍ଯ୍ୟନ୍ତ ଏ ଶୋଭାଯାତ୍ରା ଚାଲୁ ରହିବ ବୋଲି ଜଷ୍ଟିସର ସଭାପତି ସୂଚନା ଦେଇଛନ୍ତି ।





