ନୟାଗଡ଼ (ବାଘୁଆବାରର୍ତ୍ତା): ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୟାଗଡ଼ ଶାଖା ସହଭାଗୀତାରେ ‘ମୋବିଲାଇଜେସନ୍ ଅଫ୍ ସେଭିଙ୍ଗ ଆଣ୍ଡ ଇକୋନୋମିକ୍ ଡେଭଲପ୍ମେଣ୍ଟ’ ଶୀର୍ଷକ ଏକ ଆଲୋଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ସୁରେଶ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ନୟାଗଡ଼ ଶାଖା ପରିଚାଳକ ସୁଜିତ୍ କୁମାର ବେହେରା, ଡେପୁଟି ମ୍ୟାନେଜର୍ ସନାତନ ରାଉତ, ପାର୍ଥୀ ସାରଥି ରାଉତ, ରଣଜିତ୍ ଶର୍ମା ଆଦି ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ନିବନ୍ଧ ଗୁଡ଼ିକ ଉପରେ ଆଲୋଚନା କରାଯାଇଥିବା ବେଳେ ବରିଷ୍ଠ ଅଧ୍ୟାପକ ଡ. ଦିଲ୍ଲୀପ କୁମାର ମିଶ୍ର, ପ୍ରଫେସର ଶୁଶାନ୍ତ କୁମାର ବାରିକ ଏବଂ ଡ. ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ।





