ଗଣିଆ (ବାଘୁଆବାର୍ତ୍ତା) : ଗଣିଆ ବ୍ଲକ ମଣିଭଦ୍ରା ପାହାଡ଼ ପାଦ ଦେଶରେ ଅବସ୍ଥିତ ମା କଳାପାଟ ଠାକୁରାଣୀଙ୍କ ପୀଠରେ ହେବାକୁ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏନେଇ ଗୁରବାର ତହସିଲଦାର ମିତାଲି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଡିଓ ସରୋଜ କୁମାର ନାୟକ, ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, ଗଣିଆ ରେଞ୍ଜର ସୋନାଲି ସିଓ, ସ୍ୱର୍ଗତ ବାବା ରାମଦାଶଙ୍କର ପଟ୍ଟଶିଷ୍ୟ ଲଳିତ ବାବା, ମା ସତ୍ୟ ଶାନ୍ତି ସେବା ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପାନୀୟ ଜଳ, ବନ ବିଭାଗ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ,ଦମକଳ ବିଭାଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ନଭେମ୍ବର ୨୯ ତାରିଖ ଠାରୁ ଏହି ମହାଯଜ୍ଞ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖରେ ଉଦଯାପନ ହେବ ବୋଲି ସ୍ଥିର କରାଯାଇଥିବା ତହସିଲଦାର ପ୍ରକାଶ କରିଥିଲେ ।





