ଭଦ୍ରକ, (ବାଘୁଆବାର୍ତ୍ତା): ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଡୋକ ପଂଚାୟତ ଓରାଳି ଗ୍ରାମ ର ଚକ୍ରଧର ବେହେରା ନାମକ ଜଣେ ଯୁବକ ବୟସ ମାତ୍ର ୩୬ । ଯୁବ ବୟସ ରେ କିଡ଼ନି ରୋଗ ରେ ଆକ୍ରାନ୍ତ ହୋଇଛନ୍ତି, ଚକ୍ରଧର ଙ୍କ ବାପା ଦୁର୍ୟ୍ୟଧନ ବେହେରା ଓ ମା ଦୁଇଜଣ ମୃତ ଅତି ଦୁଃଖ ର ବିଷୟ ଯେ ଅତି କମ ବୟସ ରୁ ବାପା ମା ଙ୍କୁ ହରାଇଲା ପରେ ଏବେ ସେ ଏତେ ବଡ଼ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି।ତାଙ୍କର ଆର୍ଥିକ ଅବସ୍ଥା ବି ସେତେ ଭଲ ନୁହଁ ଯେ ନିଜ ଚିକିତ୍ସା କରିପାରିବେ ସେ ଏକ ବର୍ଷ ତଳେ ବିବାହ କରିଥିଲେ। ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସୁରଟ ରେ ଏକ କମ୍ପାନୀ ରେ କାମ କରି ନିଜ ପରିବାର ପୋଷଣ କରନ୍ତି। ହଠାତ ତାଙ୍କ ଦେହ ଖରାପ ହେବାରୁ ସେ ଆସି କଟକ ବଡ ମେଡିକାଲ ରେ ଦେଖେଇବାରୁ ଡାକ୍ତର କହିଛନ୍ତି ତାଙ୍କର ଦୁଇଟି କିଡନୀ ଅଚଳ ହୋଇଯାଇଛି। ତାଂକୁ ଯଦି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ତାଙ୍କ ଚିକିତ୍ସା ରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଯଦି କୌଣସିସାମାଜିକ ସଙ୍ଗଠନ ବାସହୃଦୟ ବ୍ୟକ୍ତି ଯଦି କିଡନୀ ଦାନ କରିବାକୁ ଚାହାନ୍ତି ତାହାଲେ ଉକ୍ତ ୯୧୭୮୦୬୯୨୧୬ ରେ ସଂପର୍କ କରିପାରିବେ। ପ୍ରଶାସନ ଓ ସରକାରଙ୍କ ସାହାଯ୍ୟ ରେ ତାଙ୍କ ଚିକିତ୍ସା ରେ ଉନ୍ନତି ହୋଇପାରିବ। ସେ ଓ ତାଙ୍କ ପରିବାର ବହୁ ମାତ୍ର ରେ ଉପକୃତ ହେବେ ବୋଲି ତାଙ୍କ ଭଉଣୀ ଗୁହାରି କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଚକ୍ରଧର ବେହେରା ଙ୍କ ଫୋନ୍ ପେ ଏବଂ ଗୁଗଲ ପେ ନମ୍ବର ହେଲା ୯୧୭୮୦୬୯୨୧୬ ଏହି ନମ୍ବରେ ସାହାଯ୍ୟ କରିପାରିବେ ।






