Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶାର ହାଟ୍ରିକ୍ ବିଜୟ କ୍ୱାଟରରେ ପହଞ୍ଚାଇଲା

by ସଞ୍ଜୟ ସ୍ୱାଇଁ
November 19, 2021
in Sports, State
ଓଡ଼ିଶାର ହାଟ୍ରିକ୍ ବିଜୟ କ୍ୱାଟରରେ ପହଞ୍ଚାଇଲା
14
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନଗେଶ ଟ୍ରଫି ଦୃଷ୍ଟିବାଧିକ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଆଜି ଓଡ଼ିଶା ତା’ର ତୃତୀୟ ମୁକାବିଲାରେ ଆୟୋଜକ ଦିଲ୍ଲୀକୁ ଭେଟିଥିଲା। ଏହି ମ୍ୟାଚରେ ଓଡ଼ିଶା ୭ ୱିକେଟରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଉକ୍ତ ମ୍ୟାଚରେ ଦିଲ୍ଲୀ ଦୃଷ୍ଟିବାଧିତ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ଦଳ ପକ୍ଷରୁ ବିପିନ କୁମାର ୫୯ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ସିଙ୍ଗରାଇ ମାଝୀ ଗୋଟିଏ ୱିକେଟ୍ ହାସଲ କରିଥିଲେ। ୧୫୧ ରନର ବିଜୟ ଲକ୍ଷ୍ୟକୁ ଓଡ଼ିଶା ଦୃଷ୍ଟିବାଧିତ ଟିମ୍ ମାତ୍ର ୧୫.୨ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଓଡ଼ିଶା ପକ୍ଷରୁ ଲିଙ୍ଗରାଜ ରାଉତରାୟ ୬୦, ଲାଲ୍ ପ୍ରସାଦ ସୋରେନ୍ ୪୫ ଓ ଜାଫର୍ ଇକବାଲ୍ ୧୬ ରନ୍ କରିଥିଲେ। ବର୍ଥ ଡେ’ ବୟ ଲିଙ୍ଗରାଜ ରାଉତରାୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆସନ୍ତକାଲି ଓଡ଼ିଶା ତା’ର ଚତୁର୍ଥ ମ୍ୟାଚରେ ଉତ୍ତର ପ୍ରଦେଶକୁ ଭେଟିବ। ଓଡ଼ିଶା ପ୍ରଥମ ମ୍ୟାଚରେ ତାମିଲନାଡୁକୁ ଏବଂ ଦ୍ୱିତୀୟ ମ୍ୟାଚରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!