Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ଖାଆନ୍ତୁ ମୁଠାଏ ବୁଟ

by ସଞ୍ଜୟ ସ୍ୱାଇଁ
November 19, 2021
in Lifestyle
କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ଖାଆନ୍ତୁ ମୁଠାଏ ବୁଟ
264
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସମସ୍ତଙ୍କ ଘରେ କଳା ଚଣା ବା ବୁଟ ଖିଆଯାଏ । ଏହାକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ । କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟ ସମସ୍ୟା ହୋଇପାରେ । ବତୁରାଯାଇଥିବା ବୁଟରେ ଅନେକ ପୋଷାକ ତତ୍ତ୍ୱ ଅଛି ଯାହା ଶରୀର ପାଇଁ ମହତ୍ତ୍ୱପୂର୍ଣ୍ଣ । ଶାକାହାରୀଙ୍କ ପାଇଁ ପନିପରିବାରୁ ପ୍ରୋଟିନ ପ୍ରାପ୍ତ କରିବା ଏକ ବଡ ଚ୍ୟାଲେଞ୍ଜ । ସେଥିପାଇଁ ଶାକାହାରୀଙ୍କ ପାଇଁ ଏହା ବହୁତ ଲାଭଦାୟକ । ବୁଟରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି । ଏନିମିଆ ପୀଡିତଙ୍କ ପାଇଁ କଳା ବୁଟ ବହୁତ ଲାଭଦାୟକ । ବୁଟରେ ଭରପୁର ମାତ୍ରାରେ ଆୟରନ ରହିଛି ଯାହା ଶରୀରରେ ହେମୋଗ୍ଲୋବିନ ସ୍ଥର ସୁଧାରିବାରେ ସାହାଯ୍ୟ କରିଥାଏ । ବତୁରା ହୋଇଥିବା ବୁଟରେ ଭରପୁର ମାତ୍ରାରେ ଫାଇବର ରହିଛି ଯାହା ପାଚନ ତନ୍ତ୍ରକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ନିୟମିତ ବୁଟ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯେଉଁମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବୁଟ ବହୁତ ଭଲ ବିକଳ୍ପ । ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ଯୋଗୁଁ ଅଧିକ ସମୟ ଯାଏଁ ଭୋକ ମଧ୍ୟ ହୋଇନଥାଏ । ସେଥିପାଇଁ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ ଏବଂ ଓଜନ ସହଜରେ କମ କରାଯାଇପାରେ। ବୁଟ ପିତ୍ତ ଏସିଡ ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲ ସ୍ଥର ମଧ୍ୟ କମ କରିଥାଏ । କୋଲେଷ୍ଟ୍ରଲ ସ୍ଥର ନିୟନ୍ତ୍ରଣ ହେଲେ ହୃଦୟ ରୋଗ ବିକଶିତ ହେବାର ସମ୍ଭାବନା କମ ଥାଏ । କହିବାକୁ ବୁଟ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!