Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ ପରିମଳ ମହିଳାଙ୍କ ହାତରେ

by ସଞ୍ଜୟ ସ୍ୱାଇଁ
November 20, 2019
in Nayagarh, State
14
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଗାଁ ପରିମଳ ମହିଳାଙ୍କ ହାତରେ ୯୦ଜଣ ମହିଳା ୮ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଆଦର୍ଶ ପାଲଟିଛନ୍ତି ଅନ୍ୟ ମହିଳାମାନଙ୍କ ପାଇଁ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଟିକିରିପଡ଼ା ଗ୍ରାମ ପଞ୍ଚାୟତ ହେମନ୍ତ ପାଟଣା ଗ୍ରାମ ମହିଳାମାନେ ସ୍ୱଚ୍ଛଭାରତ ମିଶନ ସହାୟତରେ ଗ୍ରାମର ୭୦ଗୋଟି ପରିବାର ସଦସ୍ୟମାନେ ବାହାରେ ମଳତ୍ୟାଗ ନକରିବେ ସେଥିପାଇଁ ନିଜେ ପାଇଖାନା ନିର୍ମାଣ କରିଛନ୍ତି । ସକାଳୁ ଉଠି ନିଜର ଘରକାମ ଶେଷ କରି ପ୍ରାୟ ୨ଟା ବେଳକୁ ହାତରେ ଝାଡୁ ଓ କୋଦାଳ ଧରି ବାହାରିପଡନ୍ତି ଗ୍ରାମ ମୁଣ୍ଡକୁ । ଗ୍ରାମ ରାସ୍ତାର ଉଭୟ ପାଶ୍ୱର୍ ପରିଷ୍କାର କରିବା ସହିତ ଗ୍ରାମ ମୁଣ୍ଡର ପୋଖରୀ, ସ୍କୁଲ ପରିସରରେ ଥିବା ଅଳିଆ ଆବର୍ଜନା ଗୁଡିକୁ ସଫାକରନ୍ତି । ଆଜକୁ ପ୍ରାୟ ୧୦ଦିନ ଧରି ମହଳାମାନଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ଗ୍ରାମର କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ ନକରିବା, ମାଦକଦ୍ରବ୍ୟ ବ୍ୟବହାର ନକରିବା ପାଇଁ ମଧ୍ୟ ସଚେତନ କରାଇଛନ୍ତି । ଯଦି କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ ଓ ଗ୍ରାମରେ ମାଦକଦ୍ରବ୍ୟ ବ୍ୟବହାର କରି ଗଣ୍ଡଗୋଳ କରନ୍ତି ତାହାହେଲେ ମହିଳାମାନେ ଯାହା ନିଷ୍ପତ୍ତି ଓ ଜୋରିମାନା ମଧ୍ୟ ଦେବେ । ଗ୍ରାମର ୮ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମା’ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀ, ବଟକେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ, ନାକେଇଦେଇ ଏସ୍ଏଚ୍ଜି, ମା’ ଦୁର୍ଗା, ମା ମହିମାୟୀ, ଓଁ ଶ୍ରୀ ଶନିଶ୍ଚର, ଜୟମା ସନ୍ତୋଷୀ, ଜୟମା ଗାୟତ୍ରୀ ଗୋଷ୍ଠୀର ମହିଳାମାନେ ଗ୍ରାମ ପରିବେଶ ସଫା କରିବା, ନିଶାମୁକ୍ତ ଗ୍ରାମ ଗଠନ କରିବା ସଂକଳ୍ପ ନେଇଥିବା କହିଛନ୍ତି । ମହିଳା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦକ, ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହଯୋଗ କରନ୍ତି ତାହାହେଲେ ମହିଳାମାନେ ଆଗକୁ ଯାଇପାରିବେ ବୋଲି କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!