Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏଲରୁ ଅଲବିଦା ନେଲେ ଏବି ଡିଭିଲିୟର୍ସ

by ସଞ୍ଜୟ ସ୍ୱାଇଁ
November 19, 2021
in Sports, State
ଆଇପିଏଲରୁ ଅଲବିଦା ନେଲେ ଏବି ଡିଭିଲିୟର୍ସ
80
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କ୍ରିକେଟର ସବୁ ଫର୍ମାଟରୁ ଅଲବିଦା ନେଲେ ସାଉଥ ଆଫ୍ରିକାର ଧୂଅାଁଧାର ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ । ହେଲେ ଆଇପିଏଲ ଖେଳୁଥିଲେ ହେଲେ ଆଜି ଆଇପିଏଲ ଖେଳକୁ ମଧ୍ୟ ଅଲବିଦା କରିଛନ୍ତି । ଏନେଇ ଟ୍ୱିଟ୍ ମାଧ୍ୟମରେ ଏବି ଡିଭିଲିୟର୍ସ ଜଣାଇଛନ୍ତି । ୩୭ ବର୍ଷୀୟ ଏବି ଡିଭିଲିୟର୍ସ ମିଷ୍ଟର ୩୬୦ ଭାବେ ପରିଚିତ। ସେ ଦୀର୍ଘ ୧୭ ବର୍ଷ ହେଲା କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଏବିଡି ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ଟି-୨୦ ଖେଳିଛନ୍ତି। ଅଲବିଦେ ସମ୍ପର୍କରେ ଡିଭିଲିୟର୍ସ କହିଛନ୍ତି, “ଏହା ଏକ ଅଭୂତପୂର୍ବ ଯାତ୍ରା ଥିଲା। କିନ୍ତୁ ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ଦୀର୍ଘ ଦିନର ଯାତ୍ରା ମଧ୍ୟରେ ମୋ ସହ ରହିଥିବା ସବୁ ଖେଳାଳି, ସଦସ୍ୟ ଓ କୋଚମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ କ୍ରିକେଟକୁ ଉପଭୋଗ କରିଥିଲି। କିନ୍ତୁ ଏବେ ୩୭ ବର୍ଷ ବୟସରେ ମୋ ଶରୀରରେ ମୋତେ ସେତେଟା ଭଲ କରିବାକୁ ଅନୁମତି ଦେଉନି । ମୁଁ ଭଲ ଭାବେ ଜାଣିଛି ଯେ ମୋ ପରିବାର, ମୋ ଭାଇ, ମୋ ପତ୍ନୀ ଡାନିଲେ ଓ ମୋ ପିଲାଙ୍କ ତ୍ୟାଗ ବିନା ଏହା କେବେ ହେଲେ ସଫଳ ହୋଇ ନଥାଆନ୍ତା। ଆମ ଜୀବନର ନୂଆ ଅଧ୍ୟାୟରେ ମୁଁ ସେମାନଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବି। କ୍ରିକେଟ ସବୁବେଳେ ମୋ ସହ ରହିଛି। ଟାଇଟନ୍ସ, ଦକ୍ଷିଣ ଆଫ୍ରିକା, ଆଇପିଏଲ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ମୁଁ ଖେଳିବା ବେଳେ ଅନେକ ଅଭିଜ୍ଞତା ପାଇଛି। ଏଥିପାଇଁ ମୁଁ ସବୁବେଳେ କୃତଜ୍ଞ ହୋଇ ରହିବି। ଆରସିବି ସବୁବେଳେ ମୋର ଓ ପରିବାରର ଅତ୍ୟନ୍ତ ଘନିଷ୍ଠ। ଆରସିବି ସହ ମୋର ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି। ଏହି ଟିମକୁ ଆମେ ସବୁବେଳେ ସମର୍ଥନ କରିବୁ। ମୁଁ ସବୁବେଳେ ଆରସିବିଆନ ହୋଇ ରହିବି।” ଏବି ଡିଭିଲିର୍ସ ଆରିସିବି ପାଇଁ ୧୪୯ଟି ମ୍ୟାଚ୍ ଖେଳି ୪,୪୯୧ ରନ କରିଛନ୍ତି। ସେ ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ରନ କରିଥିବା ଖେଳାଳି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!