ନୟାଗଡ଼, (ବାଘୁଆବାର୍ତ୍ତା): ଜନସାଧାରଣଙ୍କୁ ସୁରକ୍ଷା ଦେଇଆସୁଥିବା ପୁଲିସ୍ ଉପରକୁ ହାତ ଉଠାଇ ଜଣେ ଯୁବକ ଗିରଫ୍ ହୋଇ ଜେଲ ଯାଇଥିବା ଜଣାପଡିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଇଟାମାଟି ଥାନା ଅଞ୍ଚଳରେ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଥିବା ଇଟାମାଟି ପ୍ରଧାନ ସାହିରେ ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ବିଶେଷ ସୁତ୍ରରୁ ପୁଲିସ୍ ଖବର ପାଇ ଶାନ୍ତି ଶୃଙ୍ଖଳା ରଖୀବା ପାଇଁ ଉଭୟ ଭାଇଙ୍କୁ କହୁଥିବା ବେଳେ ଉଭୟ ଭାଇଙ୍କ ମଧ୍ୟରୁ ରବିନ୍ଦ୍ର କୁମାର ବିଶ୍ୱାଳ ନାମକ ଜଣେ ଯୁବକ ପୁଲିସକୁ ମାଡ଼ ମାରିଥିଲେ । ଯାହାଫଳରେ ପୁଲିସ୍ ଉକ୍ତ ଯୁବକ ନାମରେ ଥାନାରେ ଏକ ମାମଲା ରୁଜୁ କରିଥିଲା । ରବିନ୍ଦ୍ରକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମାଞ୍ଜୁର ରବିନ୍ଦ୍ରକୁ ଜେଲକୁ ପଠାଇ ଦେଇଥିବା ଜଣାପଡିଛି ।





