Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ବିଶ୍ୱକପ୍ ଫାଇନାଲ: ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ଫାଇଟ୍

by ସଞ୍ଜୟ ସ୍ୱାଇଁ
November 14, 2021
in Sports
ଟି-୨୦ ବିଶ୍ୱକପ୍ ଫାଇନାଲ: ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ଫାଇଟ୍
59
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଜି ଟି-୨୦ ବିଶ୍ୱକପ୍ ଫାଇନାଲରେ ହେବ କଡା ଟକ୍କର । ଦୁଇ ଦଳ ମଧ୍ୟରେ ହେବ କ୍ରିକେଟ୍ ଫାଇଟ୍ । ମୁହାମୁହିଁ ହେବେ ଦୁଇ ପଡୋଶୀ ରାଷ୍ଟ୍ର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଦୁବାଇ ଷ୍ଟାଡିୟମରେ ହେବ ମହା ମୁକାବିଲା। ଆଉ ମାତ୍ର କିଛି ଘଣ୍ଟା ପରେ ହିଁ ଆରମ୍ଭ ହୋଇଯିବ ଏହି ଟି-୨୦ର ମହା ଟ୍ରଫି ଟକ୍କର। କିୱି ଟିମ ଜିତିବ ନା କଙ୍ଗାରୁ ଦଳ ଛଡାଇ ନେବେ ଟାଇଟାଲ। ଏ ସବୁର ଆଜି ହୋଇଯିବ ଫାଇନାଲ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ଦୁଇ ଦଳ ପରସ୍ପର ହେବେ ମୁହାଁମୁହିଁ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଉଭୟ ଟିମ୍ ଆଜି ପର୍ୟ୍ୟନ୍ତ ଫଟାଫଟ୍ ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇନାହାନ୍ତି। ଅଷ୍ଟ୍ରେଲିଆ ଟିମ୍ ୨୦୧୦ରେ ଫାଇନାଲକୁ ଯାଇଥିଲେ ମଧ୍ୟ ଇଂଲଣ୍ଡଠୁ ହାରିଥିଲା। ନ୍ୟୁଜିଲାଣ୍ଡ ଚଳିତଥର ପ୍ରଥମ କରି ଫାଇନାଲରେ ପହଞ୍ଚିଛି। ଦୁଇ ଟିମ୍ ଏପର୍ୟ୍ୟନ୍ତ କପ୍ ନେଇନଥିବାରୁ ଆଜି ଏକ ରୋମାଞ୍ଚକର ମ୍ୟାଚ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ନ୍ୟୁଜିଲାଣ୍ଡ ଏବେ ଟେଷ୍ଟ ଓ ଦିନିକିଆ ରାଙ୍କିଙ୍ଗରେ ନମ୍ବର ୱାନ୍ ପୋଜିସନରେ ରହିଛି। ଆଜି ଟାଇଟଲ୍ ଜିତିଲେ ଟି-୨୦ରେ ବି ନମ୍ବର ୱାନ୍ ସ୍ଥାନକୁ ଆସିଯିବ। ତେବେ କଙ୍ଗାରୁ ଟିମ୍ ସେମି-ଫାଇନାଲରେ ପାକିସ୍ତାନ ବିପକ୍ଷରେ ଦମଦାର ଖେଳ ପ୍ରଦର୍ଶନ ପରେ ଦୃଢ଼ ମନୋବଳ ସହ ପଡିଆକୁ ଓହ୍ଲାଇବ। ତେଣୁ ଉଭୟ ଟିମ୍ ପାଇଁ ଆଜିର ଫାଇନାଲ ମ୍ୟାଚ୍ ଏତେଟା ସହଜ ହେବନି। ଦୁଇଟି ଯାକ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଟଫ୍ରି ହାତେଇବାକୁ ଆପ୍ରାଣ ଉଦ୍ୟମ କରିବେ। ସୁପର-୧୨ ପର୍ୟ୍ୟୟରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ୮ ପଏଣ୍ଟ୍ ଲେଖାଏଁ ପାଇ ସେମିଫାଇନାଲ୍କୁ ଯାଇଥିଲେ। ଅଷ୍ଟ୍ରେଲିଆ କେବଳ ଇଂଲଣ୍ଡଠାରୁ ହାରିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ପରାଜିତ ହୋଇଥିଲା। ଗ୍ରୁପ୍-୧ରେ ଦକ୍ଷିଣ ଆଫ୍ରିକା ସହ ସମାନ ୮ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ ବଳରେ ଅଷ୍ଟ୍ରେଲିଆ ସେମିଫାଇନାଲ୍ ଟିକେଟ ପାଇଯାଇଥିଲା। ପ୍ରଥମ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ନ୍ୟୁଜିଲାଣ୍ଡ ଫେବରିଟ୍ ଭାରତକୁ ହରାଇବା ପରେ ଗ୍ରୁପ୍-୨ରେ ପାକିସ୍ତାନ ପଛକୁ ଦ୍ବିତୀୟ ସ୍ଥାନରେ ରହି ଏହି ପର୍ୟ୍ୟାୟକୁ ଉନ୍ନୀତ ହୋଇଥିଲା। ସେମିଫାଇନାଲ୍ରେ କିନ୍ତୁ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ସମସ୍ତଙ୍କ ପସନ୍ଦର ଦଳ ଇଂଲଣ୍ଡ ଓ ପାକିସ୍ତାନକୁ ହରାଇ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିନେଇଥିଲେ। ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲ୍କୁ ଯିବାରେ ପ୍ରଥମ ଦଳ ହୋଇଥିଲା। ସେପଟେ ସୁପର-୧୨ରେ ଅପରାଜେୟ ଥିବା ପାକିସ୍ତାନକୁ ମାଥ୍ୟୁ ୱେଦ୍ଙ୍କ ହ୍ୟାଟ୍ରିକ୍ ଛକା ବଳରେ ବିଦାୟର ରାସ୍ତା ଦେଖାଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଥର ଫାଇନାଲ୍କୁ ଯାଇଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!