Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ବିଶ୍ୱକପ୍:ଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ

by ସଞ୍ଜୟ ସ୍ୱାଇଁ
November 12, 2021
in Sports
ଟି-୨୦ ବିଶ୍ୱକପ୍:ଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ
120
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆବୁଧାବିରେ ଚାଲିଥିବା ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଦଳ । ନ୍ୟୁଜିଲାଣ୍ଡ ପ୍ରଥମେ ଫାଇନଲାରେ ପ୍ରବେଶ କରିଥିବା ବେଳେ ଆଜି ଅଷ୍ଟ୍ରେଲିଆ ଦଳ ପାକିସ୍ତାନକୁ ହରାଇ ଫାଇନଲାରେ ପ୍ରବେଶ କରିଛି । ୫ ଓ୍ବିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ସିଟ୍ ପକ୍କା କରିଛି କଙ୍ଗାରୁ ଦଳ। ଷ୍ଟୋନିସ୍ ଏବଂ ଓ୍ବେଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ପାଖରୁ ମ୍ୟାଚ୍ ଛଡ଼ାଇ ଆଣିଛି ଅଷ୍ଟ୍ରେଲିଆ। ଫାଇନାଲରେ ଅଷ୍ଟ୍ରେଲିଆ ନ୍ୟଜିଲାଣ୍ଡକୁ ଭେଟିବ। ସେପଟେ ଲଗାତାର ବିଜୟ ପରେ ସେମିରେ ନିରାଶ ହୋଇଛି ପାକିସ୍ତାନ। ୧୭୭ ରନ୍ର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୯୬ ରନ୍ରେ ଦଳ ୫ ଓ୍ବିକେଟ୍ ହରାଇଥିଲା। ପାକିସ୍ତାନ ଜିତିବ ବୋଲି ଆକଳନ ଆରମ୍ଭ ହୋଇଥିବା ବେଳେ ମାର୍କସ ଷ୍ଟୋନିସ୍ ଏବଂ ମାଥ୍ୟୁ ଓ୍ବେଡ୍ କମାଲ କରିଥିଲେ। ଷ୍ଟୋନିସ୍ ୩୧ ବଲରେ ୪୦ ରନ୍ ଏବଂ ଓ୍ବେଡ୍ ୧୭ ବଲ୍ରେ ଅପରାଜିତ ୪୧ ରନ୍ କରି ଦଳକୁ ରୋମାଞ୍ଚକର ବିଜୟ ଦେଇଛନ୍ତି। ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲା ପାକିସ୍ତାନ । ଓପନର ମହମ୍ମଦ ରିଜଓ୍ବାନ ଏବଂ ଫକର୍ ଜମାନ୍ଙ୍ସ୍ଫ ବ୍ୟାଟିଂ ବଳରେ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇଥିଲା । କିନ୍ତୁ ପାକିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛି ଅଷ୍ଟ୍ରେଲିଆ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!