ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ନିର୍ମାଣ ଶ୍ରମିକ ୟୁନିୟନ ସଭା ବିଜୁ ଜନତା ଦଳ କାର୍ଯ୍ୟଳୟଠାରେ ଅନୁଷ୍ଠିତ ହୋଇଯାବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଯୋଗଦେଇ ଶ୍ରମିକଙ୍କ ସମସ୍ୟାକୁ କିଭଳି ସମାଧାନ କରାଯିବ ସେ ନେଇ ଆଲୋଚନା କରିବା ସହ ପଂଚାୟତ ସ୍ତରରେ ସଂଗଠନକୁ ମଜୁବୁତ କରି ନବୀବନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଶ୍ରମିକଙ୍କ ପାଖରେ ପହଂଚାଇବା ପାଇଁ ଆହ୍ୱାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଜୁ ଶ୍ରମିକ ସମ୍ମୁଖ୍ୟ ରାଜ୍ୟ ସଂପାଦକ ସୁରେନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ବିଜୁ ଜନତା ଦଳ ବ୍ଲକ ସଭାପତି ଶବଣ ରାମ, ବିଜୁ ଜନତା ଦଳର ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ନାୟକ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କର ପରିଚୟ ପତ୍ର ବଣ୍ଟନ, ନିର୍ମାଣ ଶ୍ରମିକ ପକ୍କା ଗୃହ ବିତରଣ, ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ରାଶି, ବିବାହ ସହାୟତା ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ସଂଗଠନ ମାଧ୍ୟମରେ ସମାଧାନ କରିବା ପାଇଁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକର ୩୦ ପଂଚାୟତରୁ ଶହ ଶହ ନିର୍ମାଣ ଶ୍ରମିକ ଯୋଗଦେଇଥିବା ବେଳେ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।





