Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅକ୍ସଫୋର୍ଡ଼ ଓ ଇନସ୍ପାୟାରର ବାର୍ଷିକ ଉତ୍ସବ

by ସଞ୍ଜୟ ସ୍ୱାଇଁ
November 17, 2019
in Nayagarh, State
22
VIEWS
Share on FacebookShare on Twitter

ଚେହେରାରେ ସୈାନ୍ଦ୍ୟର୍ଯ୍ୟ ନଥାଏ : ମନ୍ତ୍ରୀ

ନୟାଗଡ଼, (ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ରେ ଅବସ୍ଥିତ ଅକ୍ସଫୋର୍ଡ଼ ଟିୟୁଟୋରିଆଲ୍ ଓ ଇନ୍ସ୍ପାୟାର କଲେଜର ମିଳିତ ବାର୍ଷିକ ଉତ୍ସବ ‘ଡ୍ରିମ ଫେଷ୍ଟ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଜୀବନର ପ୍ରତିଟି ମୂହୂର୍ତ୍ତରେ ପରୀକ୍ଷା ଦିଅ, ସମୟକୁ ନଷ୍ଟ କର ନାହିଁ, ଜୀବନରେ ଅନେକ ଅବଶୋଷ ରହିଯିବ, ବାପା ମାଆ ଓ ଅଭିଭାବମାନେ ଚାହାନ୍ତି ଭଲ ମଣିଷଟିଏ ହୁଅ । ଯେଉଁମାନେ ସମୟକୁ ନଷ୍ଟ କରୁଛନ୍ତି ସେମାନେ ସମୟକୁ ନଷ୍ଟ କରୁଛନ୍ତି, ସେମାନେ ତାଙ୍କ ଜୀବନରେ ଭଲ ମଣିଷ ହୋଇ ପାରିବେ ନାହିଁ । ଯେଉଁଦିନ ଅନ୍ୟ ଦେଶ ମାନଙ୍କୁ ଟପି ଭାରତ ବର୍ଷ ସମୃଦ୍ଧ ହେବ ଆମେ ମାନେ ସେଦିନ ଗର୍ବିତ ହେବା ଓ ଦେଶର ଟେକ ରଖିବା । ଏହା ସମସ୍ତଙ୍କର କର୍ତ୍ତବ୍ୟ ହେଉ ବୋଲି କହିଥିଲେ । ଅନେକ ଦେଶର ଉଦାହରଣ ଦେଇ ଭାରତ ବର୍ଷ କିପରି ସମୃଦ୍ଧ ହେବ ସେଥିପାଇଁ ଆଜିର ଛାତ୍ରଛାତ୍ରୀ ଆଗେଇ ଆସିବା ଦରକାର ବୋଲି ବକ୍ତବ୍ୟରେ କହିବା ସହ ଚେହେରାରେ ସୈାନ୍ଦ୍ୟର୍ଯ୍ୟ ନଥାଏ, ଯିଏ ସମୟକୁ ସଠିକ ବାଟରେ ନେଇ ପାରିଲା ସେଠି ସୈାନ୍ଦର୍ଯ୍ୟ ଆପେ ଆପେ ଆସିଯାଏ ବୋଲି କହିଥିଲେ । ସେହିମାନେ ହେଉଛନ୍ତି ପୂର୍ଣ୍ଣାଙ୍ଗ ମଣିଷ । ଏହି ଅବସରରେ ସ୍ୱାଗତ ଭାଷଣ ରଖିଥିଲେ ସଂଜୟ ପ୍ରଧାନ, ଇନସ୍ପୟାରର ଅଧ୍ୟକ୍ଷ ଚିତ୍ତ ରଂଜନ ପଟ୍ଟନାୟକ, ନିର୍ଦ୍ଦେଶକ ସୁଧିର କୁମାର ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡ. ସାହୁ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!