Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ : ଜିଲ୍ଲାସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର

by ସଞ୍ଜୟ ସ୍ୱାଇଁ
December 2, 2019
in Nayagarh, State
31
VIEWS
Share on FacebookShare on Twitter

ପ୍ରତ୍ୟେକ ଦିନର କାର୍ଯ୍ୟକୁ ସମୀକ୍ଷା କର : ଅରୁଣ

ନୟାଗଡ଼, (ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପରିବେଶ ସଫା ରଖିବା, ରକ୍ତଦାନ, ନିଶା ନିବାରଣ, ଟ୍ରାଫିକ ନିୟମ ସର୍ବପରି ମାନବ ସେବା କରିବା ରେଡକ୍ରସର ମୂଳ ମନ୍ତ୍ର । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଛନ୍ତି । ଶାରୀରିକ ସୁସ୍ଥ ରହିବାର ମନ୍ତ୍ର ଦେବା ସହ ରେଡକ୍ରସ ପାଇଁ ଜୀବନବ୍ୟାପି କ’ଣ ଅବଦାନ ରହିବ ସେଥିପ୍ରତି ଧ୍ୟାନ ଦେଇଥିଲେ । ଶିକ୍ଷକମାନେ ପାଠ ପଢ଼ାଇବା ପାଇଁ ପ୍ରସ୍ତୁତି ଏବଂ ପ୍ରତ୍ୟେକ ଶିକ୍ଷକ ଅନୁନ୍ୟ ୨୫ ଜଣ ଛାତ୍ରଛାତ୍ରୀଙ୍କର ଦାୟିତ୍ୱ ନେବା ଆଜିର ସମାଜରେ ନିହାତି ଆବଶ୍ୟକ ରହିଛି । ପିଲାମାନଙ୍କୁ ଯନ୍ତ୍ର ତଥା ଏଟିଏମ୍ ବନାଯାଉଛି । କେବଳ ପାଠ୍ୟକ୍ରମ ଭିତରେ ଯାହା ସବୁ ସ୍ଥିର କରାଯାଉଛି ଏହା ବିପଦ । ଭଲ ମଣିଷ ପାଇଁ ଶିକ୍ଷାଗତ ଯୋଗ୍ୟତା ସହ ଛାତ୍ରଛାତ୍ରୀମାନେ ଆଗ୍ରହ ରଖୁଥିବା ବିଷୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏହା ସହିତ ପ୍ରତ୍ୟେକ ଦିନର କାର୍ଯ୍ୟକୁ ନିଜେ ନିଜେ ସମୀକ୍ଷା କରିବା ଦରକାର । କେତେ ସମୟ ମୁଁ କାର୍ଯ୍ୟ କରୁଛି ଏହା ରାତିରେ ଶୋଇବା ପୂର୍ବରୁ ଭାବିବା ଦରକାର ବୋଲି ମନ୍ତ୍ରୀ ଡ. ସାହୁ ବକ୍ତବ୍ୟରେ କହିଥିଲେ । ଭଲ ଛାତ୍ରଟିଏ ସୃଷ୍ଟି ହେବା ପାଇଁ ଶିକ୍ଷକ, ଛାତ୍ର ଓ ଅଭିଭାବକଙ୍କର ମିଳିତ ଉଦ୍ୟମ ଦରକାର । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସଂୟ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ମଞ୍ଜୁଶ୍ରୀ ପତି, ରାଜ୍ୟ ରେଡକ୍ରସ୍ ଅଧିକାରୀ ଡ. ଅନୀଲ କୁମାର ତ୍ରିପାଠୀ, ରାଜ୍ୟ ପର୍ଯ୍ୟବେକ୍ଷକ ସୁବୋଧ ଚନ୍ଦ୍ର ଜଗ୍ଦେବ, ଜିଲ୍ଲା ପର୍ଯ୍ୟବେକ୍ଷକ ଡ. ଆଦିତ୍ୟ କୁମାର ମିଶ୍ର, ଅଧ୍ୟାପକ ଉମ୍ମାର ମଲ୍ଲୀକ ଓ ସହଦେବ ବେହେରା ପ୍ରମୂଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାନବ ସେବା ସମ୍ବଦ୍ଧରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!