ଯୁବକ ଯୁବତୀମାନଙ୍କ ପାଇଁ ଆତ୍ମ ନିଯୁକ୍ତିର ପ୍ରକୃଷ୍ଟ ମାଧ୍ୟମ : ଅରୁଣ
ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ରାଜ୍ୟ ସରକାର କୃଷକ ମାନଙ୍କର ଆୟ ବୃଦ୍ଧି ନିମନ୍ତେ ଅନେକ ଚିନ୍ତା କରୁଥିବା ବେଳେ କୃଷି ସଂପର୍କିତ ବିଭିନ୍ନ ଯୋଜନାରେ ଯୁବକ ଯୁବତୀମାନେ କିପରି ଆତ୍ମ ନିଯୁକ୍ତି ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ କରି ରୋଜଗାର କ୍ଷମ ହୋଇ ପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟର ପନ୍ଦର ଲକ୍ଷ ଉଦ୍ଧ ମହୁମାଛୀ ଦଳ ପାଳନ କରିବାର ସୁଯୋଗ ରହିଛି । ଯୁବକ ଯୁବତୀମାନେ ତଥା କୃଷକମାନେ ଯଦି ବୈଜ୍ଞାନିକ ପଦ୍ଧତି ଅନୁସରଣ କରି ଏହାକୁ ସତ୍ ଉପଯୋଗ କରିପାରିବେ ତେବେ ନିଯୁକ୍ତି ସହିତ ଅନେକ ଲାଭବାନ ହୋଇପାରିବେ । ଏହି କର୍ମଶାଳା ଶକ୍ତି ଓ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ବୈଜ୍ଞାନିକ ପଦ୍ଧତିକୁ ଗ୍ରହଣ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଦଶ ଜଣ ଅଗ୍ରଣୀ ମହୁଚାଷୀଙ୍କୁ ମନ୍ତ୍ରୀ କୃଷି ଭବନ ପରିସରରେ ସମ୍ବର୍ଦ୍ଧିତ କରିଥିଲେ । ବିଭାଗର ପ୍ରମୂଖ ସଚିବ ଓ କର୍ମକତ୍ତା ଓ ଚାଷୀ ଯୋଗ ଦେଇଥିଲେ ।






