Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିସିଟିଭିରେ କଏଦ୍ ହେଲା ଭୟଙ୍କର ଦୁର୍ଘଟଣା : ଲୋକଙ୍କ ଉପରେ ମାଡିଗଲା କାର

by ସଞ୍ଜୟ ସ୍ୱାଇଁ
November 10, 2021
in Accident, Breaking
ସିସିଟିଭିରେ କଏଦ୍ ହେଲା ଭୟଙ୍କର ଦୁର୍ଘଟଣା : ଲୋକଙ୍କ ଉପରେ ମାଡିଗଲା କାର
315
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିସିଟିଭିରେ କଏଦ୍ ହେଲା ଭୟଙ୍କର ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା କାର ମାଡିଗଲା ମଟର ସାଇକେଲା ଓ ଲୋକଙ୍କ ଉପରେ । ଏଭଳି ଛାତିଥରା ଘଟଣା ସିସିଟିଭିରୁ ଦେଖିବାକୁ ମିଳିଛି । ବିଚ୍ ରାସ୍ତାରେ ପୁଣି ହିଟ ଆଣ୍ଡ ରନ୍ ମାମଲା । ସମସ୍ତଙ୍କୁ ବିଚଳିତ କରିବା ଭଳି ଆସିଛି ଏକ ଭିଡିଓ । ରାଜସ୍ଥାନର ଯୋଧପୁରରେ ଏକ ଅଡି କାର୍ ରାସ୍ତାରେ ଯାଉଥିବା ଏକାଧିକ ଲୋକ ଓ ବାଇକ ଉପରେ ମାଡ଼ି ଯାଇଛି। ପଛପଟୁ କାର୍ ଟି ଲୋକଙ୍କ ଉପରେ ମାଡ଼ି ଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଅଛନ୍ତି । ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଯୋଧପୁରର ଏକ ବସ୍ତି ପାଖ ରାସ୍ତାରେ ଏପରି ଘଟଣା ଘଟିଛି। ସବୁ ଦିନ ଭଳି ଗତକାଲି ମଧ୍ୟ ଲୋକେ ଗାଡ଼ି ମୋଟରରେ ଯିବା ଆସିବା କରୁଥିଲେ। କିଛି ଲୋକ ଚାଲି ଚାଲି ବି ଯାଉଥିଲେ । ତେବ ହଠାତ୍ ଗୋଟିଏ ଧଳା ରଙ୍ଗର ଅଡି କାର୍ ଦ୍ରୁତ ଗତିରେ ରାସ୍ତାରେ ଆସିବା ସହ ଗୋଟିଏ ପରେ ଗୋଟିଏ ବାଇକକୁ ଧକ୍କା ଦେଇ ଆଗକୁ ମାଡ଼ି ଚାଲିଥିଲା । ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ମଧ୍ୟ ଗାଡ଼ିଟି ପଛପଟୁ ଧକ୍କା ଦେଇଥିଲା । ସିରିଜ୍ ଦୁର୍ଘଟଣା କରିବା ପରେ ଶେଷରେ ରାସ୍ତା କଡ଼ରେ ଥିବା ଗୋଟିଏ ଉଠା ଦୋକାନରେ ଗାଡ଼ିଟି ପିଟି ହୋଇଯଇଥିଲା । ଦୋକନାଟି ବି ଛିନଛତ୍ର ହୋଇଯାଇଥିଲା । ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଏପରି ଘଟିଥିବା କୁହାଯାଉଛି । ପୋଲିସ୍ ଗାଡ଼ି ଚାଳକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!