Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍‌ରେ ପାଳିତ ହେଲା ଜାତୀୟ ଦାନ୍ତ ଘଷା ଦିବସ

by ସଞ୍ଜୟ ସ୍ୱାଇଁ
November 9, 2021
in Health, State
ସମ୍‌ରେ ପାଳିତ ହେଲା ଜାତୀୟ ଦାନ୍ତ ଘଷା ଦିବସ
72
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦାନ୍ତ ଓ ମାଢ଼ି ସୁସ୍ଥ ରଖିବା ନିମନ୍ତେ ଦାନ୍ତ ଘଷିବାର ଉପଯୁକ୍ତ ଶୈଳୀ ହେଉଛି ପ୍ରଥମ ପଦକ୍ଷେପ । ଯଦିଓ ଅଧିକାଂଶ ଲୋକ ପ୍ରତ୍ୟେକ ଦିନ ଦାନ୍ତ ଘଷନ୍ତି ତେବେ ଠିକ୍‌ ଭାବରେ କିଭଳି ଦାନ୍ତ ଘଷାଯାଏ ତାହା ସେମାନଙ୍କୁ ଜଣାନଥାଏ ବୋଲି ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଜାତୀୟ ଦାନ୍ତ ଘଷା ଦିବସ ଅବସରରେ ଦନ୍ତ ବିଜ୍ଞାନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି ନିଜର ଟୁଥବ୍ରସ୍‌କୁ ମାଢ଼ି ଉପରେ ୪୫ ଡିଗ୍ରୀରେ ରଖିବା ସହ ଧୀରେ ଧୀରେ ଉପର ତଳ କରି ଘଷିଲେ ଏହାର ପ୍ରଭାବ ଠିକ୍‌ ଭାବରେ ପଡ଼ିଥାଏ ବୋଲି ସୋଆର ଫ୍ୟାକଲ୍ଟି ଅଫ୍‌ ଡେଂଟାଲ୍‌ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଂଟାଲ୍‌ ସାଇନ୍‌ସେସ୍‌ (ଆଇଡିଏସ୍‌)ର ବିଶେଷଜ୍ଞମାନେ କହିଛନ୍ତି । ଜାତୀୟ ଦାନ୍ତଘଷା ଦିବସ ପାଳନ ଅବସରରେ ଆଇଡିଏସ୍‌ରେ ଏହି ବିଭାଗରେ ଚିକିତ୍ସା ନିମନ୍ତେ ଆସିଥିବା ପ୍ରାୟ ୩୦୦ ରୋଗୀଙ୍କୁ ଏହା ବୁଝାଇଛନ୍ତି ବିଶେଷଜ୍ଞମାନେ । ଏହି କାର୍ୟ୍ୟକ୍ରମରେ ପବ୍ଲିକ୍‌ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ବିଶେଷଜ୍ଞମାନେ ରୋଗୀମାନଙ୍କୁ ଉପଦେଶ ଦେବା ସହ ଚିକିତ୍ସା କରିଥିଲେ । ବିଶେଷଜ୍ଞମାନେ କହିଛନ୍ତି ଯଦିଓ ମାର୍କେଟରେ ବିଭିନ୍ନ ପ୍ରକାର ଟୁଥ୍‌ପେଷ୍ଟ ଉପଲବ୍ଧ, ପ୍ରତ୍ୟେକ ବ୍ୟକ୍ତି ଦନ୍ତ ଡାକ୍ତରଙ୍କର ପରାମର୍ଶ ନେଇ ଟୁଥ୍‌ପେଷ୍ଟ ବ୍ୟବହାର କରିବା ଉଚିତ୍‌ । ତେବେ ଆରମ୍ଭରେ ଫ୍ଲୋରାଇଡ୍‌ ଟୁଥ୍‌ପେଷ୍ଟ ସହ ନରମ ଟୁଥବ୍ରସ୍‌ ବ୍ୟବହାର କରିବା ଉଚିତ୍‌ ବୋଲି ସେମାନେ କହିଛନ୍ତି । ମୁଖକୁ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇ ଥର ଦୁଇ ମିନିଟ୍‌ ଲେଖାଏଁ ଓ ମାଢ଼ିର ପ୍ରତ୍ୟେକ ଅଂଶରେ ୩୦ ସେକେଣ୍ଡ ଲେଖାଏଁ ଦାନ୍ତ ଘଷିବା ସହ ଠିକ୍‌ ଭାବେ ଦାନ୍ତ ଘଷିବା ଶୈଳୀ ପ୍ରୟୋଗ କରିବା ଉଚିତ୍‌ । ସାଧାରଣ ଟୁଥ୍‌ବ୍ରସ୍‌ ବହୁଳ ଭାବେ ବ୍ୟବହାର କରାଯାଏ କିନ୍ତୁ ପାୱାର୍ଡ ଟୁଥବ୍ରସ୍‌ ଗୁଡ଼ିକ ଖୁବ୍‌ ବ୍ୟୟବହୁଳ ଓ ବିଭିନ୍ନ ମୂଲ୍ୟରେ ଉପଲବ୍ଧ। ଆଇଡିଏସ୍‌ର ଡିନ୍‌ ପ୍ରଫେସର ନୀତା ମହାନ୍ତି କହିଛନ୍ତି ଯେ ଆଇଡିଏସ୍‌ କକ୍ରେନ୍‌ର ସହବନ୍ଧିତ ଭାବେ ଉପଦେଶ ଦିଏ ଯେ ଟୁଥ୍‌ବ୍ରସ୍‌ ଚୟନ କରିବା ଠାରୁ ଅଧିକ ଜରୁରୀ ହେଉଛି ଉପଯୁକ୍ତ ଭାବେ ଦାନ୍ତ ଘଷିବାର ଶୈଳୀ ଆପଣାଇବା । ଏହା କକ୍ରେନ୍‌ ଦ୍ୱାରା ସଂଗୃହୀତ ଗବେଷଣା ତଥ୍ୟ । ପ୍ରଫେସର ମହାନ୍ତି ଆହୁରି କହିଛନ୍ତି ଯେ, କକ୍ରେନ୍‌ ସହବନ୍ଧିତ ଆଇଡିଏସ୍‌ ସାଧାରଣ ଲୋକଙ୍କ ମୁଖର ସୁସ୍ଥତା ନିମନ୍ତେ ତଥ୍ୟ ଭିତିକ ସୂଚନା ଉପରେ ବିଶ୍ୱାସ ରଖେ। ଏହି ଅବସରରେ ଉପଯୁକ୍ତ ଭାବରେ ଦାନ୍ତ ଘଷିବାର ଶୈଳୀ, ଦାନ୍ତ ଘଷିବାର ସମୟ, ଟୁଥ୍‌ବ୍ରସ୍‌ ବଦଳାଇବାର ଉପଯୁକ୍ତ ସମୟ ଏବଂ କୋଭିଡ୍‌ ମହାମାରୀ ସମୟରେ ମୁଖ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ରୋଗୀମାନଙ୍କୁ ବୁଝାଯାଇଥିଲା ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!