Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ବିଶ୍ୱକପ୍: ଧୂଳିସାତ୍ ହେଲା ଟିମ୍ ଇଣ୍ଡିଆର ଆଶା

by ସଞ୍ଜୟ ସ୍ୱାଇଁ
November 7, 2021
in Sports
ଟି-୨୦ ବିଶ୍ୱକପ୍:ଭାରତର ଧମାକାଦାର ବିଜୟରେ ଆଶା ଉଜ୍ଜିବୀତ
254
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦୁବାଇର ଆବୁଧାବିରେ ଚାଲିଥିବା ଟି-୨୦ ବିଶ୍ୱକପରେ ଚଳିତ ବର୍ଷ ଟିମ୍ ଇଣ୍ଡିଆର ଆଶା ଧୂଳିସାତ୍ ହୋଇଛି । ନ୍ୟୁଜିଲାଣ୍ଡ ଠାରୁ ଆଫଗାନିସ୍ତାନ ପରାଜୟ ହେବା ପରେ ମାଟିରେ ମିସିଯାଇଛି ଟିମ୍ ଇଣ୍ଡିଆର ଆଶା । ଆଇସିସି ଟି-୨୦ ବିଶ୍ୱକପର ଗ୍ରୁପ୍-୨ର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ୍ ଟିକେଟ୍ କାଟିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଏହି ବିଜୟ ଭାରତର ବିଶ୍ୱକପ୍ ଅଭିଯାନରେ ବ୍ରେକ୍ ଲାଗିଛି। ଭାରତ ଏବେ ସମ୍ମାନ ରକ୍ଷା ପାଇଁ ଆସନ୍ତାକାଲି ନାମିବିଆକୁ ଭେଟିବ। ଅନ୍ୟପକ୍ଷରେ ଚଳିତ ଆଇସିସି ଟି-୨୦ ବିଶ୍ୱକପର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ସେମିଫାଇନାଲ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ଶେଖ ଜାୟଦ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୮.୧ ଓଭରରେ ୨ ୨ ୱିକେଟ ହରାଇ ଏହି ସହଜ ଲକ୍ଷ୍ୟକୁ ହାସଲ କରିନେଇଛି। ନ୍ୟୁଜିଲ୍ୟାଣ୍ଡ ପାଇଁ କ୍ୟାପଟେନ୍ କେନ୍ ୱିଲିୟମସନ୍ ସର୍ବାଧିକ ୪୦ (୪୨ ବଲ୍, ୩ ଚୌକା) ଓ ଡେଭନ୍ କନୱେ ୩୬ (୩୨ ବଲ୍, ୪ ଚୌକା) ରନ୍ କରି ଅପରାଜିତ ଥିଲେ। ୧୨୫ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଭଲ ଷ୍ଟାର୍ଟ ମିଳିଥିଲା। ଓପ୍ନର ମାର୍ଟିନ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ୍ ପାଇଁ ୨୬ ରନ୍ ଯୋଡ଼ିଥିଲେ। ମିଚେଲ୍ ୧୭ ରନ୍ କରି ମୁଜୀବ-ଉର୍-ରେହମାନଙ୍କ ଶିକାର ହୋଇଥିଲେ। ଗପ୍ଟିଲ (୨୮) ଦ୍ରୁତ ରନ୍ କରିଥିଲେ ହେଁ ତାଙ୍କୁ ପ୍ୟାଭିଲିୟନ୍ ପଠାଇ ରାଶିଦ୍ ଖାନ୍ ଆଫଗାନିସ୍ତାନ ପାଇଁ ଆଶା ସଞ୍ଚାର କରିଥିଲେ। ତେବେ କ୍ୟାପଟେନ୍ ୱିଲିୟମସନ୍ ଓ କନୱେ ତୃତୀୟ ୱିକେଟ୍ ପାଇଁ ୬୮ ରନର ଭାଗିଦାରୀ କରି ନିଜ ଦଳକୁ ଜିତାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ରାଶିଦ୍ ଖାନ୍ ଓ ମୁଜୀବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ। ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ନାଜିବୁଲ୍ଲା ଜାଦରାନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦମ୍ ଦେଖାଇ ପାରିନଥିଲେ। ଜାଦରାନ୍ ସର୍ବାଧିକ ୭୩ (୪୮ ବଲ୍, ୬ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଲବଦିନ ନଇବ ୧୫, କ୍ୟାପଟେନ୍ ମହମ୍ମଦ ନବି ୧୪, ରେହମାନୁଲ୍ଲା ଗୁରବାଜ ୬, ମହମ୍ମଦ ଶେହଜାଦ୍ ୪ ଓ ହଜରତୁଲ୍ଲା ଜଜଇ ୨ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରେଣ୍ଟ ବୋଲ୍ଟ ୩ଟି ଓ ଟିମ୍ ସାଉଦୀ ୨ଟି ୱିକେଟ୍ ନେଇଥିଲେ। ସେହିପରି ଆଡାମ ମିଲନେ, ଜେମ୍ସ ନିଶାମ ଓ ଈଶ ସୋଢୀ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!