Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଯୋଗାଣ ଅଧିକାରୀଙ୍କ ସମେତ ଛଅ ନିଲମ୍ବିତ

by ସଞ୍ଜୟ ସ୍ୱାଇଁ
November 14, 2019
in Nayagarh, Politics, State
29
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ଛଅ ଜଣ କର୍ମଚାରୀଙ୍କୁ ବିଭାଗ ନିଲମ୍ବିତ କରିଥିବା ଜଣାପଡ଼ିଛି । ଏହି କର୍ମଚାରୀଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ ମାଝୀ, ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ସଂଗ୍ରାହକ ଅଧିକ୍ଷକ ସଂଜୀବ ସାହୁ, ମାନ ନିର୍ଦ୍ଧାରକ ଜୟଶ୍ରୀ ମୁନୀ, ଡାଟା ଏଣ୍ଟ୍ରି ଅପରେଟର ସୁଧାକର ଦଳବେହେରା ଓ ରୋଜାଲିନ୍ ସେଠୀ । ନୟାଗଡ଼ ଜିଲ୍ଲାରେ ଥିବା ମିଲରମାନେ ନିଜ ଗାଡ଼ିରେ ଚାଉଳ ପରିବହନ କରୁଥିବା ଏବଂ ଜିଲ୍ଲାରେ ନିମ୍ନ ମାନର ଚାଉଳ ଯୋଗାଣ ହେଉଥିବା ନେଇ କିଛି ଦିନ ତଳେ ଅଭିଯୋଗ ହୋଇଥିଲା । ନଭେମ୍ବର ୨ ତାରିଖରେ ଏହାକୁ ନେଇ ଯୋଗାଣ ବିଭାଗର ଅଧିକାରୀ ଏବଂ କର୍ପୋରେସନ ଅଧିକାରୀମାନେ ଅଳ୍ପଦିନ ତଳେ ଜିଲ୍ଲାଗ୍ରସ୍ତ କରି ସରକାରଙ୍କୁ ରିର୍ପୋଟ ଦେଇଥିଲେ । ଯାହା ଫଳରେ ଯୋଗାଣ ବିଭାଗ ଯୋଗାଣ ଅଧିକାରୀ ଏବଂ ସହକାରୀ ଯୋଗାଣ ଅଧିକାରୀଙ୍କୁ ନିଲମ୍ବନ କରିଥିବା ବେଳେ କର୍ପୋରେସନ ଅନ୍ୟ କର୍ମଚାରୀମାନଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି । ଏନେଇ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ପଚାରିବାରେ, ସେ ଯୋଗାଣ ଅଧିକାରୀ ଏବଂ ସହକାରୀ ଯୋଗାଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି । ଅନ୍ୟପକ୍ଷେ, କର୍ପୋରେସନ ବିଷୟରେ ସେ ଜାଣିନଥିବା କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!