Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ବାଚନ ପୂର୍ବରୁ ବାହାଡାଝୋଲାରେ ଫୁଟିଲା ବୋମା:ବଡ଼ଭାଇକୁ ବୋମାମାଡ଼ କଲା ସାନଭାଇ

by ସଞ୍ଜୟ ସ୍ୱାଇଁ
November 6, 2021
in Breaking, Nayagarh
ନିର୍ବାଚନ ପୂର୍ବରୁ ବାହାଡାଝୋଲାରେ ଫୁଟିଲା ବୋମା:ବଡ଼ଭାଇକୁ ବୋମାମାଡ଼ କଲା ସାନଭାଇ
492
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସକାଳର ତାଜା ଖବର । ଜନଗହଳିପୂର୍ଣ୍ଣ ଟ୍ରାଫିକ୍ ଛକରେ ହୋଇଛି ବୋମାମାଡ଼ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫୁଟିଲା ବୋମା । ବଡ଼ଭାଇକୁ ବୋମାମାଡ଼ କରିଛି ସାନଭାଇ । ଭାଇ ଭାଇ ଭିତରେ ନିର୍ବାଚନୀ ହିଂସା ଦେଖା ଦେଇଥିବା ଜଣାପଡିଛି । ତେବେ ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଏଭଳି ଖବର ଆସିଛି ଓଡ଼ଗାଁ ଥାନା ଅଞ୍ଚଳରେ ଥିବା ନୂଆଗାଁ ବ୍ଲକର ବାହାଡାଝୋଲା ପଞ୍ଚୟତରେ । ସୂଚନାନୁସାରେ, ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଞ୍ଚନରେ ଥିବା ବାହାଡାଝୋଲା ମାଣିକପାଟଣା ସାହିର ସ୍ୱର୍ଗତ ବନମାଳୀ ନାୟକଙ୍କ ବଡ଼ପୁଅ ପ୍ରଦୀପ ନାୟକ(୩୩) ଓ ସାନପୁଅ ଦିଲ୍ଲୀପ ନାୟକ ରହୁଥିଲେ । ଉଭୟଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ବିବାଦ ଲାଗି ରହିଥିବା ବେଳେ ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ପୁଣି ତିକ୍ତତା ଓ ଛକାପଞ୍ଝା ଲାଗି ରହିଥିଲା । ତେବେ ଏହାର ବଦଲା ନେବା ପାଇଁ ସାନଭାଇ ଦିଲ୍ଲୀପ ସୁଯୋଗ ଖୋଜୁଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଦୀପ ବାହାଡାଝୋଲା ଟ୍ରାଫିକ୍ ଛକଠାରେ ବୁଲାବୁଲି କରୁଥିବା ବେଳେ ଏହାର ସୁଯୋଗ ନେଇ ସାନଭାଇ ଦିଲ୍ଲୀପ ବୋମା ମାଡ଼ କରିଥିଲା । ଯାହାଫଳରେ ବଡ଼ଭାଇ ଘଟଣାସ୍ଥଳରେ ପଡିଯାଇଥିଲା । ପ୍ରଦୀପକୁ ପ୍ରଥମେ ଓଡ଼ଗାଁ ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରଦୀପକୁ କଟକ ବଡ଼ ହସ୍ପିଟାଲକୁ ପଠାଇଦିଆଯାଇଥିବା ଜଣାପଡିଛି । ସେପଟେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସାନଭାଇ ଦିଲ୍ଲୀପକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!