
ନୟାଗଡ଼, (ବାଘୁଆବାର୍ତ୍ତା) : ପବିତ୍ର ଶିଶୁ ଦିବସ ଉପଲକ୍ଷେ ନୟାଗôଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳନ କରାଯାଇଛି । ନୟାଗଡ଼ ଡିଏଭି ପବ୍ଲିକ ସ୍କୁଲ, ମହର୍ଷୀ ବିଦ୍ୟା ମନ୍ଦିର, ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦରିର, ୟୁନିଟେକ୍ ପବ୍ଲିକ ସ୍କୁଲ ସମେତ ଅନେକ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇଟାମାଟି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଭିନ୍ନ ଭାବେ ଦିବସ ପାଳିତ ହୋଇଛି । ଆଜିର ଦିନରେ ଅବସର ପ୍ରାପ୍ତ ଶିକ୍ଷକମାନେ ଛୋଟଛୋଟ ପିଲାମାନଙ୍କ ଗହଣକୁ ଆସି ଶିଶୁ ଦିବସ ପାଳନ କରିଛନ୍ତି । ଇଟାମାଟି ପଂଚାୟତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଂଚ ସୋନାଲିକା ମନ୍ଥନ ଯୋଗ ଦେଇଛନ୍ତି ।

ଏହି ଅବସରରେ ଡିଏଭି ପବ୍ଲିକ ସ୍କୁଲରେ ଜିଲ୍ଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସହ ସମୟ କଟାଇଛନ୍ତି । ବିଭିନ୍ନ ଅନୁଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉ କି, ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଜନ୍ମ ଦିବସକୁ ସାରା ଦେଶରେ ଶିଶୁ ଦିବସ ଋପେ ପାଳନ କରାଯାଇଥାଏ । ଏହି ମହାନ ଆତ୍ମଙ୍କର ଆଜି ହେଉଛି ୧୩୦ ତମ ପୂଣ୍ୟ ଜୟନ୍ତି । ଶିଶୁ ମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହୁରୁ ରାଷ୍ଟ୍ରିୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମ ଦିବସକୁ ଶିଶୁ ଦିବସ ଋପେ ନାମିତ କରିଛନ୍ତି ।






