ସହର ଉପକଂଣ୍ଠରେ ଦେଖାଗଲା ଗୋଟିଏ ସରଳରେଖାର ଆଲୋକମାଳା
ନୟାଗଡ଼଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ଉପକଂଣ୍ଠରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ସରଳରେଖାରେ ଆଲୋକମାଳା ଦେଖିବା ବରେ ଲୋକଙ୍କ ମନରେ ଭୟ ଓ ସନ୍ଦେହ ସୃଷ୍ଟି ହୋଇଛି । ସୂଚନାନୁସାରେ, ନୟାଗଡ଼ ନିକଟସ୍ଥ ମଜୁରିଆପଲ୍ଲୀ ନିକଟରେ ଥିବା ଏକ ମନ୍ଦିର ପ୍ରାଙ୍ଗଣରେ ଆଜି ବିଭିନ୍ନ ଲୋକ ଭୋଜି କରୁଥିଲେ । ଏହି ସମୟରେ ଆକଶରେ ଗୋଟିଏ ସରଳରେଖାରେ ଅନେକ ଗୁଡ଼ିଏ ଆଲୋକ ଏକ ସଙ୍ଗରେ ଗତି କରୁଥିବା ଦେଖା ଯାଇଥିଲା । ଏହି ଘଟଣାକୁ ସେଠାରେ ଉପସ୍ଥିତ ଥିବା ତିରିଶରୁ ଉର୍ଦ୍ଧ ଯୁବକ ଦେଖିଥିଲେ । ଆଲୋକ ଗୁଡ଼ିକ ଏପରି ଗତି କରୁଥିଲା ଯେ, ତାହା ମେଂଚାଏ ବିମାନ ଏକ ସଙ୍ଗରେ ଯିବା ଭଲି ଲାଗୁଥିଲା ଯାହାକୁ ନେଇ ଯୁବକମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ କିଛି ଯୁବକ ଏହା ଏଲିଅନଙ୍କ ବିମାନ ବୋଲି ମତ ପୋଷଣ କରିଛି । ଏହି ଘଟଣାକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ଲୋକଙ୍କ ମନରେ ଭୟ ସଂଚାର ହୋଇଛି ।





