Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁମ୍ବାଇ ବନାମ ଓଡ଼ିଶା: ମୁମ୍ବାଇକୁ ହରାଇ ଦମ୍ ଦେଖାଇଲା ମହିଳା ଟିମ୍ ଓଡ଼ିଶା

by ସଞ୍ଜୟ ସ୍ୱାଇଁ
November 4, 2021
in Sports, State
ମୁମ୍ବାଇ ବନାମ ଓଡ଼ିଶା: ମୁମ୍ବାଇକୁ ହରାଇ ଦମ୍ ଦେଖାଇଲା ମହିଳା ଟିମ୍ ଓଡ଼ିଶା
106
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦୀପାବଳିରେ ଓଡ଼ିଶା ମହିଳା କ୍ରିକେଟ୍ ଟିମର ଜବରଦସ୍ତ ପ୍ରଦର୍ଶନ । ମୁମ୍ବାଇ ମହିଳା ଟିମକୁ ହରାଇ ବାଜିମାତ୍ କରିଛି ଓଡ଼ିଶା ମହିଳା ଟିମ୍ । ମାଧୁରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ଓଡ଼ିଶା ମହିଳା ସିନିୟର ଦିନିକିଆ ଟ୍ରଫିରେ ଶକ୍ତିଶାଳୀ ମୁମ୍ବାଇକୁ ୬୯ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଓଡ଼ିଶା ୪ ପଏଣ୍ଟ ହାସଲ କରିଛି। ପୁନେର ଡେକାନ୍ ଜିମଖାନା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାଧୁରୀ ଓ ସୁଶ୍ରୀଙ୍କ ଅର୍ଦ୍ଧଶତକ ବଳରେ ଓଡ଼ିଶା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା। ମାଧୁରୀ ୧୧୫ ବଲରେ ୭ ଚୌକା ସହ ୮୧ ଓ ସୁଶ୍ରୀ ୭୬ ବଲରେ ୧୩ ଚୌକା ସହ ୭୨ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଜଲ୍ ଜେନା ୨୪, ସରିତା ମେହେର୍ ୨୫, ପ୍ରଜ୍ଞା ମହାନ୍ତି ୩୩ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ଏସ୍ ଠାକର୍, ପି. ନାଏକ, ବୃଶାଲୀ ଭଗତ ଓ ଏଚ୍ କାଜି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ୨୫୨ ରନର ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ମହିଳା ଟିମ୍ ୪୦.୪ ଓଭରରେ ୧୮୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ମୁମ୍ବାଇର ବୃଶାଲୀ ଭଗତ ୪୬, କାଜି ୪୫, ଆରଏସ୍ ଚୌଧୁରୀ ୩୧, ସିମରନ୍ ଶେଖ୍ ୧୨, ମଞ୍ଜିରୀ ଗୱଡେ ୧୦ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ କ୍ୟାପଟେନ୍ ମଧୁସ୍ମିତା ବେହେରା ଓ ରୋସନାରା ପରୱିନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ସେହିପରି ସୁଜାତା ମଲ୍ଲିକ୍, ତରନ୍ନା ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଶ୍ରୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!