ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ଜିଲାର ୧୦୮ ଟି ଗ୍ରାମ ହେବ ଫାଇଲେରିଆ ମୁକ୍ତ । ଏହାର ତଦାରଖ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧି ଦଳ । ଆଡିସିନାଲ ଡ଼ାଇରେକ୍ଟର ଡା. ମଦନ ମୋହନ ପ୍ରଧାନଙ୍କ ନେତୃତ୍ୱରେ ଦୁଇଦିନିଆଁ ବୌଦ୍ଧଜିଲା ଗସ୍ତରେ ଆସି ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା କିଛି ଗ୍ରାମ ପରିଦର୍ଶନ କରିବା ସହ ବିଭିନ୍ନ ତଥ୍ୟ ସଂପର୍କରେ ଅନୁଧ୍ୟାନ କରିଛନ୍ତି । ଆଜି ଏହି ପ୍ରତିନିଧି ଦଳ ଜିଲ୍ଲାର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିଥିଲେ । ସଂଗ୍ରହାଳୟ ମଧ୍ୟରେ ସଂରକ୍ଷିତ ହୋଇ ରହିଥିବା ଜିଲ୍ଲାର ପୂରାତନ କିର୍ତ୍ତିରାଜୀ,ସଂସ୍କୃତି,ପରମ୍ପରାର ପ୍ରତୀକ ସହିତ ରାଜାଙ୍କ ଶାସନ ସମୟରେ ବ୍ୟବହୃତ ସାମଗ୍ରୀ ସବୁ ଦେଖିଥିଲେ ପ୍ରତିନିଧି ଦଳ। ସଂଗ୍ରହାଳୟ ବୁଲି ଦେଖିବା ପରେ ଜିଲା ପ୍ରଶାସନର ଏଭଳି ଉଦ୍ୟମକୁ ପ୍ରତିନିଧି ଦଳ ପ୍ରଶଂସା କରିଥିଲେ ।






